Categories: କନ୍ଧମାଳ

ସାଧାରଣତନ୍ତ୍ର ଦିବସରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ

ଫୁଲବାଣୀ ଅଫିସ,୨୬ା୧- ସାଧାରଣତନ୍ତ୍ର ଦିବସ ଅବସରରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ସ୍ଥାନୀୟ କରୋନେସନ ପଡିଆରେ ଆରମ୍ଭ ହୋଇଛି। ପ୍ରଥମ ମ୍ୟାଚ ପ୍ରଶାସନ ଏକାଦଶ ଓ ପୋଲିସ ଏକାଦଶ ମଧ୍ୟରେ ଖେଳ ଆରମ୍ଭ ହୋଇଛି। ଦ୍ୱିତୀୟ ମ୍ୟାଚ ପ୍ରେସ ଏକାଦଶ ଏବଂ ଓକିଲ ଏକାଦଶ ମଧ୍ୟରେ ହେବ। ଅତିଥି ଭାବେ ଜିଲାପାଳ ଡ. ବୃନ୍ଦା ଡି ଏବଂ ଏସ୍‌ପି ପ୍ରତୀକ ଗୀତା ସିଂ ଯୋଗଦେଇ ମ୍ୟାଚ ଉଦ୍‌ଘାଟନ କରିଥିଲେ।