ସାଧାରଣତନ୍ତ୍ର ଦିବସରେ ରାଜ୍ୟପାଳଙ୍କଠାରୁ ପଦକ ଗ୍ରହଣ କରିବେ ୭ ଭିଜିଲାନ୍ସ ଅଧିକାରୀ

କଟକ ଅଫିସ,୨୫।୧: ରବିବାର ସାଧାରଣତନ୍ତ୍ର ଦିବସ ଅବସରରେ ୭ଜଣ ଭିଜିଲାନ୍ସ ଅଧିକାରୀଙ୍କୁ ରାଜ୍ୟସ୍ତରୀୟ ପଦକ ପ୍ରଦାନ କରାଯିବ। ଭୁବନେଶ୍ୱରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟପାଳଙ୍କଠାରୁ ଅଧିକାରୀମାନେ ପଦକ ଗ୍ରହଣ କରି ସମ୍ମାନିତ ହେବେ। ଭିଜିଲାନ୍ସ ସ୍ବତନ୍ତ୍ର ସେଲ୍‌ର ଡିଏସ୍‌ପି ସରୋଜ କୁମାର ସାମଲ, ଇନ୍ସପେକ୍ଟର ପ୍ରଣୀତା କୁମାରୀ ରାୟ ଉଲ୍ଲେଖନୀୟ ସେବା ନିମନ୍ତେ, ଭିଜିଲାନ୍ସ ନିର୍ଦ୍ଦେଶାଳୟର ଏଏସ୍‌ଆଇ ଶିବ ନାରାୟଣ ରଥ, ଇନ୍ସପେକ୍ଟର କୁମାରୀ ସ୍ମିତାରାଣୀ ମହାନ୍ତି, କନଷ୍ଟେବଳ ସନାତନ ସାହୁ, ପ୍ରଶାନ୍ତ କୁମାର ସାହୁ ଏବଂ ଭିଜିଲାନ୍ସ ବ୍ରହ୍ମପୁର ଡିଭିଜନର କନଷ୍ଟେବଳ ଦୁର୍ଗାପ୍ରସାଦ ହୋତାଙ୍କୁ ରାଜ୍ୟପାଳଙ୍କଠାରୁ ପଦକ ମିଳିବ। ଅଧିକାରୀମାନଙ୍କୁ ସଫଳତା ନିମନ୍ତେ ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ ଅଭିନନ୍ଦନ ଜଣାଇଛନ୍ତି।

Share