ସାଧାରଣତନ୍ତ୍ର ଦିବସର ଶୋଭା ବଢ଼ାଇବ ରାମ ମନ୍ଦିର ମେଢ଼

ନୂଆଦିଲ୍ଲୀ,୧୧।୧୨: ପ୍ରତ୍ୟେକ ବର୍ଷ ଜାନୁୟାରୀ ୨୬ ତାରିଖ ତଥା ସାଧାରଣତନ୍ତ୍ର ଦିବସ ପୂରା ଦେଶରେ ବେଶ ଧୂମଧାମରେ ପାଳନ କରାଯାଏ। ଏଥି ନେଇ ମାସେ ଆଗରୁ ଆରମ୍ଭ ହୋଇଥାଏ ପ୍ରସ୍ତୁତି। କିନ୍ତୁ ଆସନ୍ତା ବର୍ଷର ସାଧାରଣତନ୍ତ୍ର ଦିବସ ଦେଶବାସୀଙ୍କ ପାଇଁ ବେଶ ସ୍ବତନ୍ତ୍ର । ଏହାର କାରଣ ହେଉଛି ଅଯୋଦ୍ଧାର ରାମ ମନ୍ଦିର।

ଅଯୋଦ୍ଧାରେ ନିର୍ମାଣ ହେଉଥିବା ଭବ୍ୟ ରାମ ମନ୍ଦିରର ପ୍ରଦର୍ଶନ ଜାନୁୟାରୀ ୨୬ ତାରିଖରେ ଦେଶର ରାଜଧାନୀରେ ହେବାକୁ ଥିବା ସାଧାରଣତନ୍ତ୍ର ପରେଡରେ କରାଯିବ। ଉତ୍ତର ପ୍ରଦେଶ (ୟୁପି)ର ସୂଚନା ଓ ଅଧିକାର ବିଭାଗ ପକ୍ଷରୁ ଏ ନେଇ ସ୍ପଷ୍ଠ କରାଯାଇଛି। ଏହି ମେଢ଼ରେ ନଜର ଆସିବ ୟୁପିର ସଂସ୍କୃତି ଓ ପରମ୍ପରା। ଦିଲ୍ଲୀରେ ଆୟୋଜିତ ବୈଠକବେଳେ ୟୁପି ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଉଲ୍ଲେଖଥାଉ କି, ବହୁ ବାଦବିବାଦ ପରେ ଗତ ଅଗଷ୍ଟରେ ରାମ ମନ୍ଦିରର ଶୀଳାନ୍ୟାଶ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Share