Categories: ଜାତୀୟ

ସାଧାରଣତନ୍ତ୍ର ଦିବସ ଅବସରରେ ନେପାଳକୁ ୩୦ ଆମ୍ବୁଲାନ୍ସ, ୬ ବସ୍‌ ଉପହାର ହେଲା ଭାରତ

ନୂଆଦିଲ୍ଲୀ,୨୬।୧: ସାରା ଭାରତରେ ରବିବାର ପାଳନ କରାଯାଉଛି ୭୧ ତମ ସାଧାରଣତନ୍ତ୍ର ଦିବସ। ଏହି ଅବସରରେ ଭାରତ ନେପାଳକୁ ୩୦ଟି ଆମ୍ବୁଲାନ୍ସ ଓ ୬ଟି ବସ୍‌ ଉପହାର ଦେଇଛି। ଏହା ବିଭିନ୍ନ ହସ୍ପିଟାଲ , ଚାରିଟେବଲ ଅର୍ଗାନାଇଜେଶନ ଓ ଶିକ୍ଷାନୁଷ୍ଠାନକୁ ପ୍ରଦାନ କରାଯାଇଛି। କାଠମାଣ୍ଡୁରେ ଥିବା ଭାରତୀୟ ଦୂତାବାସରେ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି। ଏହାପରେ ଭାରତୀୟ ଦୂତାବାସ ପକ୍ଷରୁ ଉକ୍ତ ଆମ୍ବୁଲାନ୍ସ ଓ ବସ୍‌କୁ ଉପହାର ଭାବେ ପ୍ରଦାନ କରିଥିଲେ। ଦୁଇଦେଶ ମଧ୍ୟରେ ସାମାଜିକ-ଆର୍ଥିକ ଉନ୍ନତିକୁ ଲକ୍ଷ୍ୟକରି ଭାରତ ଏହି ଉପହାର ଦେବାକୁ ପୂର୍ବରୁ କହିଥିବା ଭାରତୀୟ ଦୂତାବାସ ପକ୍ଷରୁ ପ୍ରକାଶ କରାଯାଇଥିଲା। ସୂଚନାଯୋଗ୍ୟ, ଭାରତ ସରକାର ଏପର୍ଯ୍ୟନ୍ତ ନେପାଳର ୭୭ଜିଲାକୁ ପ୍ରାୟ ୭୮୨ ଆମ୍ବୁଲାନ୍ସ, ୧୫୪ ବସ୍‌ ପ୍ରଦାନ କରିସାରିଲାଣି।

Share