Categories: ଜାତୀୟ

ସାଧାରଣତନ୍ତ୍ର ଦିବସ: ଦିଲ୍ଲୀ ସୁରକ୍ଷା ଛାଉଣିରେ ପରିଣତ; ୨୨ ହଜାର ପୋଲିସ ମୁତୟନ

ନୂଆଦିଲ୍ଲୀ, ୨୫।୧: ସାଧାରଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସହରର ଗଳିକନ୍ଦିରେ ସୁରକ୍ଷାକର୍ମୀଙ୍କୁ ସଜାଗ ରଖାଯାଇଛି। ସୁରକ୍ଷା କାର୍ଯ୍ୟରେ ୨୨ ହଜାର ପୋଲିସଙ୍କୁ ମୁତୟନ କରାଯାଇଛି। ଦିଲ୍ଲୀର ସ୍ଥଳ ଓ ଆକାଶ ସୁରକ୍ଷା ଛାଉଣୀରେ ପରିଣତ ହୋଇଛି। ୪୮ କମ୍ପାନୀ ସିଏପିଏଫ୍‌ ଯବାନଙ୍କୁ ସହରରେ ମୁତୟନ କରାଯାଇଛି। ୨୫ ତାରିଖ ରାତିଠାରୁ ଦିଲ୍ଲୀର ସମସ୍ତ ସୀମାକୁ ସିଲ୍‌ କରାଯିବାର ବ୍ୟବସ୍ଥା ହୋଇଛି। ମେଟ୍ରୋ, ରେଳଷ୍ଟେଶନ ଏବଂ ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। କେନ୍ଦ୍ରୀୟ ଦିଲ୍ଲୀର ରାଜପଥ ନିକଟବର୍ତ୍ତୀ ଅଞ୍ଚଳରେ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପରେଡ଼ ଉତ୍ସବରେ ଯୋଗଦେବାକୁ ଆସିଥିବା ଅତିଥିଙ୍କ ସୁରକ୍ଷାରେ ଏନ୍‌ଏସ୍‌ଜି, ଏସ୍‌ପିଜି ଏବଂ ଆଇଟିବିପି ଯବାନଙ୍କୁ ମୁତୟନ କରାଯାଇଛି। ପରେଡ଼ ରାସ୍ତାରେ ହଜାରେରୁ ଅଧିକ ସିସିଟିଭି କ୍ୟାମେରା ଲଗାଯାଇଛି। ସୁରକ୍ଷା ତଦାରଖ ପାଇଁ ୧୦ ମୋବାଇଲ୍‌ କଣ୍ଟ୍ରୋଲ ରୁମ୍‌, ୧୦ ସିସିଟିଭି କଣ୍ଟ୍ରୋଲ ରୁମ ଏବଂ ଫେସ୍‌ ଚିହ୍ନଟ ପାଇଁ ଶହେରୁ ଅଧିକ କ୍ୟାମେରା ଲଗାଯାଇଛି।

Share