Categories: ଜାତୀୟ

ସାଧାରଣତନ୍ତ୍ର ଦିବସ ମୁଖ୍ୟ ଅତିଥି: ବ୍ରାଜିଲ୍‌ ରାଷ୍ଟ୍ରପତି ବୋଲସୋନାରୋ; ପ୍ରଥମ ଥର ପାଇଁ ଆସୁଛନ୍ତି ୪ ଦିନିଆ ଭାରତ ଗସ୍ତରେ

ନୂଆଦିଲ୍ଲୀ,୨୧।୧: ପ୍ରଥମ ଥର ପାଇଁ ୪ ଦିନିଆ ଭାରତ ଗସ୍ତରେ ବ୍ରାଜିଲ୍‌ ରାଷ୍ଟ୍ରପତି ଜୈର୍‌ ବୋଲସୋନାରୋ ଆସୁଛନ୍ତି। ସେ ସାଧାରଣତନ୍ତ୍ର ଦିବସ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ବୋଲସୋନାରୋ ଜାନୁୟାରୀ ୨୪ରୁ ୨୭ ପର୍ଯ୍ୟନ୍ତ ଭାରତରେ ରହିବେ। ୨୪ ଜାନୁୟାରୀରେ ଦିଲ୍ଲୀରେ ସେ ପହଞ୍ଚିବେ। ୭୧ତମ ସାଧାରଣତନ୍ତ୍ର ଦିବସ ଉତ୍ସବରେ ଯୋଗଦେବା ପାଇଁ ତାଙ୍କ ସହିତ ୭ ଜଣିଆ କ୍ୟାବିନେଟ୍‌ ମନ୍ତ୍ରୀ ଦଳ ଏବଂ ୧୨ରୁ ଅଧିକ ଉଚ୍ଚ ଅଧିକାରୀ ମଧ୍ୟ ଭାରତ ଗସ୍ତରେ ଆସୁଛନ୍ତି। ଜାନୁୟାରୀ ୨୫ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପକ୍ଷରୁ ବୋଲସୋନାରୋଙ୍କ ସମ୍ମାନରେ ଏକ ସଭାର ଆୟୋଜନ କରାଯିବ। ତାଙ୍କର ଗସ୍ତକାଳରେ ବୋଲସୋନାରୋ ଉପରାଷ୍ଟ୍ରପତି ଭେଙ୍କିିୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କ ସହିତ ସାକ୍ଷାତ୍‌ କରିବାର କାର୍ଯ୍ୟକ୍ରମ ରହିଛି। ସୂଚନାଯୋଗ୍ୟ, ଏହା ପୂର୍ବରୁ ୧୯୯୬ ଏବଂ ୨୦୦୪ରେ ତତ୍‌କାଳୀନ ବ୍ରାଜିଲ୍‌ ରାଷ୍ଟ୍ରପତି ଭାରତର ସାଧାରଣତନ୍ତ୍ର ଦିବସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

Share