ନୂଆଦିଲ୍ଲୀ, ୧୯।୫: ସରିଛି ୭ମ ତଥା ଅନ୍ତିମ ପର୍ଯ୍ୟାୟ ନିିର୍ବାଚନ। ସବୁଥର ପରି ଏଥର ମଧ୍ୟ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ଏକଜିଟ୍ ପୋଲ କରାଯାଇଛି। ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ସର୍ଭେରେ ଭାଜପା ପୁଣି ଥରେ ସରକାର ଗଢିପାରେ ବୋଲି ବୁଥ ବାହୁଡା ମତରୁ ଜଣାପଡିଛି। ପାଖାପାଖି ସବୁ ଏକଜିଟ ପୋଲରେ ପୁଣି ଥରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏନଡିଏ କେନ୍ଦ୍ରରେ ସରକାର ଗଠନ କରିବା ନେଇ ଅନୁମାନ କରାଯାଉଛି। ବିରୋଧୀ ଦଳଗୁଡିକ ପକ୍ଷରୁ ଅନେକ ଆରୋପ ଲଗାଯାଇଥିଲେ ମଧ୍ୟ ଲୋକମାନେ ପୁଣି ଥରେ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ଉପରେ ଭରସା କରିଛନ୍ତି। ଜାଣନ୍ତୁ କ’ଣ କହୁଛି ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ସର୍ଭେ।
ସଂସ୍ଥାର ନାମ ଭାଜପା+ କଂଗ୍ରେସ+ ଅନ୍ୟ
ରିପବ୍ଲିକ ଏବଂ ସି ଭୋଟର ୨୮୭ ୧୨୮ ୧୨୭
ଟାଇମସ ନାଓ ଏବଂ ଭିଏମଆର୍ ୩୦୬ ୧୩୨ ୧୦୪
ଜନ କି ବାତ୍ ୩୦୫ ୧୨୪ ୧୧୩
ଚାଣକ୍ୟ ୩୪୦ ୭୦ ୧୩୩
ଆଜତକ୍ ଆକ୍ସିସ୍ ଇଣ୍ଡିଆ ୧୭୫-୧୮୮ ୭୩-୯୬ ୩୭-୫୨