Categories: ଜାତୀୟ

ସାଧାରଣ ବଜେଟରେ ଧନୀଙ୍କ ଉପରେ ଟ୍ୟାକ୍ସ ବୋଝ: ୨ରୁ୫ କୋଟି ଆୟ ଉପରେ ଅତିରିକ୍ତ ୩ ପ୍ରତିଶତ ଟ୍ୟାକ୍ସ

ନୂଆଦିଲ୍ଲୀ ୫।୭: ୨୦୧୯-୨୦ ଆର୍ଥିକ ବଜେଟରେ ଧନୀଙ୍କ ଉପରେ ଅତିରିକ୍ତ ଟ୍ୟାକ୍ସ ବୋଝ ଲଗାଇଛନ୍ତି ସରକାର। ୨ରୁ୫ କୋଟି ଆୟ ଉପରେ ଅତିରିକ୍ତ ୩ ପ୍ରତିଶତ ଟ୍ୟାକ୍ସ ଦେବାକୁ ପଡିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି।

ବଜେଟ୍‌ ମୁଖ୍ୟାଂଶ

-ଘର ବିକ୍ରି କରି ଷ୍ଟାର୍ଟଅପରେ ନିବେଶ କଲେ କର ଛାଡ଼

-୪୫ ଲକ୍ଷର ଘର କିଣିଲେ ୧.୫ ଲକ୍ଷ ଛାଡ଼

-ବଢ଼ିବ ପେଟ୍ରୋଲ-ଡିଜେଲ ମୂଲ୍ୟ

-ପେଟ୍ରୋଲ-ଡିଜେଲ ଉପରେ ୧ ଟଙ୍କାର ଅତିରିକ୍ତ ଚାର୍ଜ

-୫ କୋଟିରୁ ଅଧିକ ଆୟ ଉପରେ ୭% ଅତିରିକ୍ତ ସରଚାର୍ଜ

-୨ରୁ୫ କୋଟି ଆୟ ଉପରେ ଅତିରିକ୍ତ ୩% ଟ୍ୟାକ୍ସ

-ବାର୍ଷିକ ୧କୋଟିରୁ ଅଧିକ ନଗଦ ଉଠାଣ ଉପରେ ୨% ଟ୍ୟାକ୍ସ

-ଇ-ବାହନ ଉପରେ ଜିଏସ୍ଟି ୧୨ରୁ୫%କୁ କମିବ

-୧,୨,୫,୧୦ ଓ ୨୦ ଟଙ୍କାର ନୂଆ କଏନ ଆସିବ

-ଭିତ୍ତିଭୂମି ବିକାଶ ପାଇଁ ୧୦୦ କୋଟିର ନିବେଶ

-ସମସ୍ତଙ୍କ ଯାଏ ପହଞ୍ଚିବ ବ୍ୟାଙ୍କିଂ ସୁବିଧା

Share