Categories: ବାଣିଜ୍ୟ

ସାଧାରଣ ବୀମା କମ୍ପାନୀଙ୍କୁ ମିଳିପାରେ ପୁଞ୍ଜି

ମୁମ୍ବାଇ,୧୩-୧: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଆଗାମୀ ବଜେଟରେ ସାଧାରଣ ବୀମା କମ୍ପାନୀଗୁଡିକ ଲାଗି ଦ୍ୱିତୀୟ ପର୍ଯ୍ୟାୟ ପୁଞ୍ଜି ଘୋଷଣା କରିପାରନ୍ତି। କମ୍ପାନୀଗୁଡିକର ଆର୍ଥତ୍କ ସ୍ବାସ୍ଥ୍ୟରେ ଉନ୍ନତି ଆଣିବା ଲାଗି ସରକାର ଏଭଳି ପଦକ୍ଷେପ ଘୋଷଣା କରିବାକୁ ସମ୍ଭାବନା ରହିଛି। ବଜେଟ ୨୦୧୯-୨୦ରେ ସରକାର ନ୍ୟାଶନାଲ ଇନସ୍ୟୁରାନ୍ସ, ଓରିଏଣ୍ଟାଲ ଇନସ୍ୟୁରାନ୍ସ, ୟୁନାଇଟେଡ ଇଣ୍ଡିଆ ଇନସ୍ୟୁରାନ୍ସ ବୀମା କମ୍ପାନୀକୁ ସରକାର ବଜେଟରେ ୨,୫୦୦ କୋଟି ଟଙ୍କାର ପୁଞ୍ଜି ପ୍ରଦାନ କରିଥିଲେ।

Share