Advertisement

ସାଧାରଣ ଭୋଟରଙ୍କୁ ଟାର୍ଗେଟ କଲେ ସିଦ୍ଧରମେୟା

ବାଦାମି,୨୭।୬: କର୍ନାଟକର ବାଦାମିରେ ଏକ ସଭାକୁ ଉଦ୍‌ବୋଧନ ଦେବା ଅବସରରେ ପୂର୍ବତନ କର୍ନାଟକ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ସିଦ୍ଧରମେୟା ସାଧାରଣ ଭୋଟରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଆମେ ଆପଣଙ୍କୁ ଛାତ ଦେଲୁ, ଖାଇବା ଦେଲୁ ହେଲେ ଆପଣମାନେ ଭାଜପାକୁ ଭୋଟ ଦେଲେ। କଂଗ୍ରେସ ପଞ୍ଚାୟତ ଘର ନିର୍ମାଣ କଲା ଅଥଚ ଭୋଟ ପାଇଲା ଭାଜପା ଯାହା ଖୁବ୍‌ ଆଶ୍ଚର୍ଯ୍ୟକର ବୋଲି ସିଦ୍ଧରମେୟା କହିଛନ୍ତି। ଦିନକ ପୂର୍ବରୁ କର୍ନାଟକ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ବାମୀ ମଧ୍ୟ ଏମିତି କଥା କହି ଆସିଥିଲେ ଚର୍ଚ୍ଚାକୁ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share