Categories: ଜାତୀୟ

ସାଧାରଣ ଲୋକଙ୍କ ସୂଚନା ଅଧିକାରକୁ ଦୁର୍ବଳ କରୁଛନ୍ତି ମୋଦି ସରକାର: ସୋନିଆ

ନୂଆଦିଲ୍ଲୀ,୨୩।୭: ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଲୋକସଭାରେ ୨୦୦୫ ସୂଚନା ଅଧିକାର ଆଇନର ସଂଶୋଧନ ପାଇଁ ଆଗତ ହୋଇଥିବା ପ୍ରସ୍ତାବ ପାସ୍‌ ହୋଇଛି। ତେବେ ଏହାର ସଂଶୋଧନ ଦ୍ୱାରା ସାଧାରଣ ଲୋକଙ୍କ ସୂଚନା ଅଧିକାର ଦୁର୍ବଳ ହେବାର ଆଶଙ୍କା ରହିଛି ବୋଲି ସୋନିଆ କହିଛନ୍ତି। ଗତ ୧୦ ବର୍ଷ ମଧ୍ୟରେ ସୂଚନା ଅଧିକାର ଆଇନ ଦ୍ୱାରା ୬୦ ଲକ୍ଷରୁ ଅଧିକ ଲୋକ ଉପକୃତ ହୋଇପାରିଛନ୍ତି। ଏହା ଅନ୍ତର୍ଗତ ଆବଶ୍ୟକ ସୂଚନା ସାଧାରଣ ଲୋକଙ୍କ ପାଖରେ ପହଞ୍ଚିପାରିଛି। ଫଳରେ ପ୍ରତିଟି କ୍ଷେତ୍ରରେ ସ୍ବଚ୍ଛତା ନିଶ୍ଚିତ ହୋଇପାରୁଛି। ତେବେ କେନ୍ଦ୍ର ସରକାର ସୂଚନା ଅଧିକାର ଆଇନର ସଂଶୋଧନ କରି ସାଧାରଣ ଜନତାଙ୍କ ଅଧିକାରର ପରିସୀମାକୁ ସଙ୍କୁଚିତ କରିବାର ଉଦ୍ୟମ କରୁଛନ୍ତି। କେନ୍ଦ୍ର ସରକାର ଲୋକସଭାରେ ସଂଖ୍ୟା ଗରିଷ୍ଠ ରହିଥିବାରୁ ଏହି ପ୍ରସ୍ତାବ ସହଜରେ ପାସ୍‌ ହୋଇଛି। ମାତ୍ର ଏହାର ନକାରାତ୍ମକ ପରିଣାମ ଦେଶର ସାଧାରଣ ଜନତା ହିଁ ଭୋଗିବେ ବୋଲି ସୋନିଆ ଅଭିଯୋଗ କରିଛନ୍ତି।

Share