Categories: ଜାତୀୟ

ସାଧ୍ୱୀ ପ୍ରଜ୍ଞାଙ୍କୁ ନୂଆ ଦାୟିତ୍ୱ

ନୂଆଦିଲ୍ଲୀ,୨୧।୧୧: ମାଲୋଗାଁଓ ବୋମା ବିସ୍ଫୋରଣର ଅଭିଯୁକ୍ତ ତଥା ମଧ୍ୟପ୍ରଦେଶ ଭୋପାଳରୁ ଭାରତୀୟ ଜନତା ପାର୍ଟି(ଭାଜପା)ର ଏମ୍‌ପି ସାଧ୍ୱୀ ପ୍ରଜ୍ଞା ଠାକୁରଙ୍କୁ ପ୍ରତିରକ୍ଷା ମନ୍ତ୍ରଣାଳୟର ସଂସଦୀୟ ପରାମର୍ଶଦାତା ସମିତିରେ ଏକ ଗୁରୁଦାୟିତ୍ୱ ଦିଆଯାଇଥିବା ଜଣାପଡିଛି। ଏବେ ତାଙ୍କୁ ପ୍ରତିରକ୍ଷା ମନ୍ତ୍ରଣାଳୟ ସମିତିର ସଦସ୍ୟ ଦାୟିତ୍ୱ ଦିଆଯାଇଛି। ଏହି ସମିତିର ଅଧ୍ୟକ୍ଷତା ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ କରିବେ। ଏହା ପୂର୍ବରୁ ସେପ୍ଟେମ୍ବରରେ ଗଠିତ ସଂସଦୀୟ ସମତି ସଭ୍ୟଭାବେ ମଧ୍ୟ ମନୋନୀତ କରାଯାଇଥିଲା। ବିବାଦୀୟ ବୟାନ ପାଇଁ ମୋଦି ସରକାର ତାଙ୍କୁ କେବେ କ୍ଷମା କରିବେ ନାହିଁ ବୋଲି କହିଥିବା ବେଳେ ଏବେ ତାଙ୍କୁ ଏକ ଗୁରୁଦାୟିତ୍ୱ ମିଳିଥିବାରୁ ଏହାକୁ ନେଇ ଚର୍ଚ୍ଚା ଚାଲିଛି।

Share