Categories: ଜାତୀୟ

ସାଧ୍ୱୀ ପ୍ରାଚୀଙ୍କୁ ଆଲିଗଡ଼ ମନା

ଆଲିଗଡ଼,୧୦ା୬(ପି.ଟି.): ହିନ୍ଦୁତ୍ୱବାଦୀ ନେତା ସାଧ୍ୱୀ ପ୍ରାଚୀ ରବିବାର ଆଲିଗଡ଼ର ତପ୍ପାଲ ସହରକୁ ଯାଉଥିବାବେଳେ ଉତ୍ତେଜନା ଆଶଙ୍କାରେ ତାଙ୍କୁ ରୋକାଯାଇଛି। ହତ୍ୟାର ଶିକାର ହୋଇଥିବା ଅଢ଼େଇ ବର୍ଷୀୟା ଝିଅଙ୍କୁ ନ୍ୟାୟ ପ୍ରଦାନ ଦାବିରେ ରୁଣ୍ଡ ହୋଇଥିବା ଲୋକଙ୍କୁ ଘଉଡ଼ାଇବା ପାଇଁ ପୋଲିସକୁ ବଳ ପ୍ରୟୋଗ କରିବାକୁ ପଡ଼ିଛି। ଅନ୍ୟପକ୍ଷରେ ପୀଡ଼ିତାଙ୍କ ପରିବାର ଲୋକେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭୋଟିବାକୁ ମନା କରିଦେଇଛନ୍ତି। ଗିରଫ ୪ ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡ ଦିଆଯାଉ ବୋଲି ସେମାନେ ଦାବି କରିଛନ୍ତି। ମେ ୩୦ରେ ନିଖୋଜ ହୋଇଯାଇଥିବା ନାବାଳିକାଙ୍କ ମୃତଦେହ ଜୁନ୍‌ ୨ରେ ଏକ ଅଳିଆ ଗଦାରୁ ମିଳିଥିଲା। ୧୦ ହଜାର ଟଙ୍କା ପାଇଁ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୁକ୍ତମାନେ ପୋଲିସ ନିକଟରେ ସ୍ବୀକାର କରିସାରିଛନ୍ତି।

Share