ସାନଖେମୁଣ୍ଡିରେ ଶାନ୍ତିଶୃଙ୍ଖଳା ସହ ମତଦାନ

ଦିଗପହଣ୍ଡି,୧୮।୪(ଡି.ଏନ.ଏ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବିଧାନସଭା ନିର୍ବାଚନମଣ୍ଡଳୀ ଅଧିନ ଗୌତମୀ ଗଁ।ର ମତଦାନ କେନ୍ଦ୍ର-୨୪୩ରେ ଗୁରୁବାର ସକାଳୁ ମତଦାନ ଆରମ୍ଭ ହୋଇଛି। ସମୁଦାୟ ୮୬୩ ଭୋଟରମାନେ ଲମ୍ବାଧାଡ଼ିରେ ଠିଆ ହୋଇ ବହୁ ଉତ୍ସାହର ସହ ନିଜ ପ୍ରତିନିଧିଙ୍କୁ ବାଛିଛନ୍ତି। ଏଥିରେ ମହିଳା ଭୋଟର ୪୦୮ ଥିବା ବେଳେ ପୁରୁଷ ଭୋଟର ୪୫୫ ଥିବା ଜଣାପଡ଼ିଛି। ବୁଥଗୁଡ଼ିକରେ କୌଣସି ଅପ୍ରିତିକର ପରିସ୍ଥିତି ନ ଉପୁଜିବା ପାଇଁ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ବେଳେ ଏବେ ପର୍ଯ୍ୟନ୍ତ ମତଦାନ କେନ୍ଦ୍ରରେ ଶାନ୍ତି ଶୃଙ୍ଖଳାରେ ଭୋଟ ଗ୍ରହଣ କରାଯାଇଥିବା ଜଣାପଡ଼ିଛି।