ସାନଘାଗରାରେ ଜମୁଛି ଭିଡ଼: ବିଭିନ୍ନ ଆଚାରର ଚାହିଦା ଅଧିକ

କେନ୍ଦୁଝର, ୪।୧ (ସ୍ବ.ପ୍ର.)- କେନ୍ଦୁଝର ଜିଲାର ଅନ୍ୟତମ ଆକର୍ଷଣ ସାନଘାଗରା ଜଳପ୍ରପାତରେ ନୂଆବର୍ଷ ଉପଲକ୍ଷେ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି। ସାନଘାଗରା ଜଳପ୍ରପାତ ବୁଲିବା ସହ ଭୋଜିଭାତ କରିବାକୁ ରାଜ୍ୟ ଓ ରାଜ୍ୟ ବାହାରୁ ବହୁସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ଆସୁଛନ୍ତି। ପ୍ରାକୃତିକ ଜଙ୍ଗଲ ଓ ପରିବେଶର ମନୋରମ ଦୃଶ୍ୟକୁ ବୁଲି ଦେଖିବା ସହ କ୍ୟାମେରାରେ ସମସ୍ତେ ସାଉଁଟି ନେଉଛନ୍ତି ସ୍ମୃତି। ଏହାମଧ୍ୟରେ ବୋଟିଂର ମଜା ଉଠାଉଛନ୍ତି। ତେବେ ଏହାମଧ୍ୟରେ ଦୋକାନ ବଜାର, ମିନାବଜାରରେ ଚାଲିଛି କିଣାବିକା। ଆଚାର, ଚନ୍ଦନକାଠ, ବିଭିନ୍ନ ପ୍ରକାରର ଚଟପଟା ଖାଦ୍ୟ ଆଦି ଏଠାରେ ବିକ୍ରି ହେଉଛି। ବିକ୍ରି ହେଉଥିବା ବିଭିନ୍ନ ପ୍ରକାରର ଜଙ୍ଗଲରୁ ସଂଗୃହୀତ କୋଳି, ଅଁଳା, ଆମ୍ବ, ତେନ୍ତୁଳି, ଆମ୍ବୁଲ ଆଦିରେ ପ୍ରସ୍ତୁତ ଆଚାରର ବଜାର ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏଠାରେ ବିଭିନ୍ନ ଆଚାରର ବେଶ୍‌ ଚାହିଦା ରହିଛି। ଖଟା, ମିଠା, ଲୁଣିଆ ଆଦି ଆଚାର ମିଳୁଛି। ସମସ୍ତେ ବିଭିନ୍ନ ପ୍ରକାର ଆଚାର କିଣି ନେଉଛନ୍ତି। ନଚେତ ଆଚାର ଟିକେ ଖାଇ ସ୍ବାଦ ଚାଖି ଯାଉଛନ୍ତି। ମାଗଣାରେ ଟେଷ୍ଟ କରିବାକୁ ଦିଆଯାଉଛି। ତେବେ ଶହେ ଗ୍ରାମକୁ ୨୦ ଟଙ୍କାରେ ବିକ୍ରି ହେଉଛି। କିଲୋ ଆଚାର ନେଲେ କମ୍‌ ଦାମରେ ଦେଉଛୁ ବୋଲି ଆଚାର ବିକାଳି ପୁରୁଣା ସହରର ବଳିଆ ନାୟକ କହିଛନ୍ତି।
ଏହି ଆଚାର ବହୁବର୍ଷ ହେଲା ବିକ୍ରି କରୁଛନ୍ତି। କେତେକ ଆଚାର ଏଠାରେ ଲୋକଙ୍କ ଆଗରେ ପ୍ରସ୍ତୁତ କରି ବିକୁଛୁ। ଏଥିପାଇଁ ଆବଶ୍ୟକ ମସଲା ପ୍ରସ୍ତୁତ କରି ରଖାଯାଇଛି ବୋଲି ଆଚାର ବିକାଳିମାନେ କହନ୍ତି। ସେମାନେ କହନ୍ତି, କୋଳି, ଅଁଳା ଆଦିକୁ ପ୍ରଥମେ ଧୋଇ ଦିଆଯାଉଛି। ଏହାପରେ ଭିନେଗାରରେ ବତୁରାଇ ରଖାଯାଉଛି। ମସଲା ପକାଇ ଆଚାର ପ୍ରସ୍ତୁତ କରାଯାଉଛି। ବିଶେଷକରି ପର୍ଯ୍ୟଟନ ଋତୁରେ ଏହି ଆଚାର ବହୁ ପରିମାଣରେ ବିକ୍ରି ହୋଇଥାଏ। କେତେକ ଯୁବ ଗୋଷ୍ଠୀ ଏହି ଆଚାର ବ୍ୟବସାୟକୁ ଆଦରି ନେଇ ଭଲ ପଇସା ରୋଜଗାର କରିଥାନ୍ତି। ବର୍ଷତମାମ ଏଠାରେ ଆଚାର ବିକ୍ରି ହୋଇଥାଏ। ପର୍ଯ୍ୟଟନ ଋତୁରେ ଅର୍ଥାତ୍‌ ୬ ମାସ ଭଲ ବ୍ୟବସାୟ ହୋଇଥାଏ। ବିନା ତାଲିମ ଓ ଆର୍ଥିକ ସହାୟତାରେ ଏହି ଯୁବକମାନେ ଆଚାର ପ୍ରସ୍ତୁତ କରି ବିକି ସ୍ବାବଲମ୍ବୀ ହୋଇ ପାରିଥିବାରୁ ଅନେକ ପ୍ରଶଂସା କରିଥାନ୍ତି। ଏହି କାମରେ ପାଖାପାଖି ୨୫/୩୦ ଜଣ ଯୁବକ ଉପକୃତ ହୋଇପାରୁଛନ୍ତି ବୋଲି କୁହାଯାଇଛି। ଆକର୍ଷଣୀୟ ପ୍ୟାକିଂ ବ୍ୟବସ୍ଥା କରାଯାଇପାରିଲେ ଏହାର ଚାହିଦା ଆହୁରି ଅଧିକ ହୋଇପାରିବ ବୋଲି ମତପ୍ରକାଶ ପାଇଛି।
ଏହି ଆଚାର ପ୍ରସ୍ତୁତି ଓ ବିକ୍ରିକୁ ପ୍ରୋତ୍ସାହନ ମିଳିଲେ ଅଧିକ ସ୍ବାଦିଷ୍ଟ ଆଚାର ପ୍ରସ୍ତୁତ ହୋଇପାରନ୍ତା। ବଣଜଙ୍ଗଲରୁ ସଂଗୃହୀତ କୋଳି, ଅଁଳା, ଆମ୍ବ ଆଦିରୁ ପ୍ରସ୍ତୁତ ହେଉଥିବାରୁ ଏହା ସ୍ବାଦିଷ୍ଟ ଓ ସ୍ବାସ୍ଥ୍ୟପକ୍ଷେ ହିତକର। ଏଣୁ ଏହାର ଚାହିଦା ଅଧିକ ରହୁଛି ବୋଲି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ହୋତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବହୁଚର୍ଚ୍ଚିତ ଗ୍ରାହାମ ଷ୍ଟେନ୍ସ ହତ୍ୟା ମାମଲା, ୨୫ବର୍ଷ ପରେ ଜେଲରୁ ମୁକୁଳିଲେ ଦାରା ସିଂଙ୍କ ସହଯୋଗୀ ମହେନ୍ଦ୍ର

କେନ୍ଦୁଝର,୧୬।୪(ନରେଶ ଚନ୍ଦ୍ର ପଟ୍ଟନାୟକ): ବହୁଚର୍ଚ୍ଚିତ ଗ୍ରାହାମ ଷ୍ଟେନ୍ସ ହତ୍ୟା ମାମଲାରେ ଆଜୀବନ ସଜା କାଟୁଥିବା ଅନ୍ୟତମ ଦୋଷୀ ମହେନ୍ଦ୍ର ହେମ୍ରମଙ୍କୁ ଜେଲରୁ ମୁକ୍ତି ମିଳିଛି। ମହେନ୍ଦ୍ର...

୩୦ଫୁଟ ପୋଲତଳୁ ମିଳିଲା ଯୁବକଙ୍କ ମୃତଦେହ : ବଢ଼ୁଛି ସନ୍ଦେହ

ପାଟଣା,୧୬।୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ଭୀମ କୁଣ୍ଡ ରାସ୍ତାର ଡୁମୁରିଆ ନାଳ ପୋଲ (୩୦)ଫୁଟ ତଳୁ ବୁଧବାର ଅପରାହ୍ନରେ ଜଣେ ଯୁବକଙ୍କ...

କୁଟାରିକୁ ଲହୁଲୁହାଣ କଲା କୁକୁର: ଉଦ୍ଧାର କଲା ବନବିଭାଗ

ପାଟଣା ୧୬/୪(ବୀରକିଶୋର ଦାଶ ):କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାରପଡା ସେକ୍ସନ ରାଇଡିହା ବିଟ ରାଇଡିହା ଗ୍ରାମରୁ ବୁଧବାର ସକାଳୁ ଏକ ଆହତ କୁଟାରିକୁ ବନ...

ମନେପଡ଼ିଲେ ଦେହ ଥରୁଛି: ୧୯୭୮ ଏପ୍ରିଲ ୧୬ ଘୂର୍ଣ୍ଣିଝଡ଼ ବିଭୀଷିକା

ଆନନ୍ଦପୁର,୧୬ା୪(ସୁଶାନ୍ତ କୁମାର ସାହୁ):ସେଦିନ ଥିଲା ଏପ୍ରିଲ ୧୬। ଅପରାହ୍ନ ସମୟରେ ହଠାତ୍‌ କଳାବାଦଲ ଆକାଶରେ ଘୋଟିଆସିଥିଲା। କେହି କିଛି ବୁଝିବା ପୂର୍ବରୁ ଚାହୁଁ ଚାହୁଁ ପ୍ରଳୟଙ୍କାରୀ...

କାଳ ବୈଶାଖୀ ରଚିଲା ତାଣ୍ଡବ: ଉପୁଡିଲା ବଡ ବଡ ଗଛ ଓ ବିଦ୍ୟୁତ ଖୁଣ୍ଟ, ଉଡିଲା ଦୋକାନର ଛପର

ପାଟଣା, ୧୫।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ସାହାରପଡା , ଉଖୁଣ୍ଡା ଓ ତୁରୁମୁଙ୍ଗା ଅଞ୍ଚଳରେ ମଙ୍ଗଳବାର ସଂଧ୍ୟାରେ କାଳ ବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି...

ଦୈତାରୀ ଥାନା ଅଞ୍ଚଳରେ ମାଓ ଚଳପ୍ରଚଳକୁ ମିଥ୍ୟା ସୂଚନା ଦେଇଥିବା ବନ କର୍ମଚାରୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠନ

କେନ୍ଦୁଝର,୧୫।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): ଦୈତାରୀ ଥାନା ଅଞ୍ଚଳରେ ମାଓ କାର୍ଯ୍ୟକଳାପକୁ ନେଇ ମିଥ୍ୟା ପ୍ରଚାରକୁ ନେଇ କେନ୍ଦୁଝର ପୋଲିସ ତଦନ୍ତ ଆରମ୍ଭ କରିଛି। ଏନେଇ...

ହ୍ବାଟ୍ସଆପ୍‌ ଷ୍ଟାଟସ୍‌ ଦେଇ ଜୀବନ ହାରିଲେ କଲେଜ ଛାତ୍ରୀ

ଆନନ୍ଦପୁର,୧୫ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରାଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଆନନ୍ଦପୁର ଥାନା ଅଧୀନ ଫକିରପୁର ଅଞ୍ଚଳର ଏକ ଘରୋଇ ମହିଳା...

ଭାଜପା ପକ୍ଷରୁ ସମ୍ବିଧାନ ପ୍ରଣେତାଙ୍କ ଜୟନ୍ତୀ

ପାଟଣା,୧୪ା୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ଭାଜପା ତରଫରୁ ବ୍ଲକ୍‌ସ୍ତରୀୟ ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକର ଜୟନ୍ତୀ ଡୁମୁରିଆ ପଞ୍ଚାୟତ ନୂଆଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image