ସାନଛତା ମଠ ଉଚ୍ଛେଦ ଆରମ୍ଭ

ପୁରୀ ଅଫିସ,୧୧।୧୨ : ଶ୍ରୀମନ୍ଦିର ସୁରକ୍ଷା ଜୋନ୍‌ରେ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି। ୩ ଦିନ ଧରି ମଙ୍ଗୁ ମଠ ବ୍ୟବସାୟିକ କୋଠା ଭଙ୍ଗାଯିବା ପରେ ବୁଧବାର ସାନଛତା ମଠ ଉଚ୍ଛେଦ ଆରମ୍ଭ ହୋଇଛି। ୨ ପ୍ଲାଟୁନ୍‌ ପୋଲିସ ଫୋର୍ସ ଏବଂ ଏକ୍‌ଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଅତିରିକ୍ତ ଜିଲାପାଳ ବିନୟ କୁମାର ଦାଶ, ଉପଜିଲାପାଳ ଭବତାରଣ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଉଚ୍ଛେଦ କାର୍ଯ୍ୟ ଜାରିରହିଛି। ମଙ୍ଗୁମଠ ଉଚ୍ଛେଦ କାର୍ଯ୍ୟ ପାଇଁ ଦୁଇଦିନ ସମୟ ଲାଗିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।