ସାନଭାଇ ଆତ୍ମହତ୍ୟା କରୁଥିବା ଦେଖି ମଧ୍ୟ ବଞ୍ଚାଇ ପାରିଲେନି ବଡ଼ଭାଇ

ଯୋଡ଼ା,୭।୧୨(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ସହର ଉପକଣ୍ଠ ଶାସ୍ତ୍ରୀନଗରର ଏକ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୋଲିସ।
ପୋଲିସ ସୂତ୍ରରୁ ପ୍ରକାଶ, ଶନିବାର ଅପରାହ୍ନରେ ଶାସ୍ତ୍ରୀନଗରଠାରେ ରହୁଥିବା ଦୀପକ ସୂତାର(୨୨) ଆତ୍ମହତ୍ୟା କରୁଥିବା ବେଳେ ଝରକା ବାଟେ ତାଙ୍କ ବଡ଼ଭାଇ ଦେଖି ପାରିଥିଲେ ା ତେବେ ତୁରନ୍ତ ଆସି କବାଟ ଭାଙ୍ଗି ଦୀପକଙ୍କୁ ଉଦ୍ଧାର କରାଯିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କର ମୃତ୍ୟୁ ଘଟି ସାରିଥିଲା। ଏକ ଓଢ଼ଣୀ ବେକରେ ବାନ୍ଧି ସେ ଆତ୍ମହତ୍ୟା କରିଥିବା ସବ୍‌ଇନ୍ସପେକ୍ଟର ସୁସ୍ମିତା ହୋରୋ କହିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା ପଠାଇବା ସହ କେସ୍‌ ନଂ ୩୦/୧୯ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ତେବେ ଏପର୍ଯ୍ୟନ୍ତ ଆତ୍ମହତ୍ୟାର କାରଣ ଜଣାପଡ଼ିନାହିଁ।