ସାନଭାଇ ଗୁଳିମାଡ଼ରେ ବଡ଼ଭାଇ ଗୁରୁତର

ଉଦଳା,୨୧ା୧୧(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଉଦଳା ଥାନା ଅଧୀନ ଝରଣାସାହି ଗ୍ରାମରେ ପାରିବାରିକ କଳହକୁ କେନ୍ଦ୍ର କରି ବୁଧବାର ସାନଭାଇ ଗୁଳିମାଡ଼ରେ ବଡ଼ଭାଇ ଗୁରୁତର ଆହତ ହୋଇଛନ୍ତି।
ପୋଲିସ ସୂଚନା ଅନୁଯାୟୀ, ସନ୍ଧ୍ୟା ସମୟରେ ବୁଦ୍ଧିରାଏ ସିଂ ନିଜ ସ୍ତ୍ରୀ ସହିତ ଚୁଲି ନିକଟରେ ବସିଥିବା ବେଳେ ସାନଭାଇ ଗୁରୁଭା ସେଠାରେ ପହଞ୍ଚି ହଠାତ ଏକ ବନ୍ଧୁକରୁ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ବଡ଼ଭାଇ ବୁଦ୍ଧୁରାଏଙ୍କ ପେଟରେ ଗୋଟିଏ ଏବଂ ଗୋଡ଼ରେ ଦୁଇଟି ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବରପାଇ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ଗୁଳିକାଣ୍ଡ ଘଟାଇ ଗୁରୁଭା ଫେରାର ହୋଇଯାଇଥିବା ଜଣାପଡ଼ିଛି।