ସାନରକ୍ସିଠାରେ ସୁନ୍ଦରଗଡ ଖାଦାନ ମଜଦୁର ୟୁନିୟନର ଶ୍ରମିକ ସମାବେଶ: ଆଦିବାସୀଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରା ନ ଯାଉ

 

ଲହୁଣୀପଡା,୧୫।୧୨(ଡି.ଏନ.ଏ)- ସୁନ୍ଦରଗଡ଼ ଜିଲା କୋଇଡା ବ୍ଲକ ଅନ୍ତର୍ଗତ ସାନରକ୍ସିସ୍ଥିତ କୁଶଳ ତିର୍କୀ ମିନିଷ୍ଟାଡିୟମରେ ସିଆଇଟିୟୁ ଅନୁବନ୍ଧିତ ଶ୍ରମିକ ସଙ୍ଗଠନ ସୁନ୍ଦରଗଡ଼ ଖାଦାନ ମଜଦୁର ୟୁନିୟନର ଶନିବାର ଏକ ବିଶାଳ ଶ୍ରମିକ ସମାବେଶ ଅନୁଷ୍ଠିତ ହୋଇଥିଲା। ଏଥିରେ ପଟାସାହି, ରକ୍ସି, ବିମଳାଗଡ, ରେଡା, ଚାନ୍ଦିପୋଷ, ବାରସୁଆ ପ୍ରଭୃତି ୬ଟି ପ୍ରାଇଭେଟ ଲୋଡିଂ ସାଇଡିଂର ୫ହଜାରରୁ ଊର୍ଦ୍ଧ୍ୱ ଶ୍ରମିକ ଯୋଗଦେଇଥିଲେ। ବଣାଇ ବିଧାୟକ ତଥା ୟୁନିୟନର ସଭାପତି ଲକ୍ଷ୍ମଣ ମୁଣ୍ଡା ଏଥିରେ ଅଧ୍ୟକ୍ଷତା କରିଥିଲେ। ବିଜେଡି-ଭାଜପା ସରକାରଙ୍କ ବିଭିନ୍ନ ଜନବିରୋଧୀ ଯୋଜନା ବିରୁଦ୍ଧରେ ବକ୍ତବ୍ୟ ରଖିଥିଲେ। କେତେକ ନ୍ୟସ୍ତସ୍ବାର୍ଥ ଗୋଷ୍ଠୀ ପେସା ଆଇନ ନାମରେ ଗରିବ, ଆଦିବାସୀଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରି ସ୍ଥାନୀୟ ଅଞ୍ଚଳରେ ସରକାରଙ୍କ ପକ୍ଷରୁ ହେଉଥିବା ବିକାଶମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା କହିଥିଲେ। ଆଦିବାସୀଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରା ନ ଯାଉ ବୋଲି ସେ କହିଥିଲେ। ୟୁନିୟନର ସାଧାରଣ ସମ୍ପାଦକ ତଥା ସିପିଆଇଏମ ଜିଲା ସମ୍ପାଦକ ପ୍ରମୋଦ କୁମାର ସାମଲ ଶ୍ରମିକମାନଙ୍କ ନ୍ୟାର୍ଯ୍ୟ ଅଧିକାର, ମଜୁରି ବୃଦ୍ଧି, ପିଏଫ ପ୍ରଦାନ ସମେତ ଲୋଡିଂ ସାଇଡିଂଗୁଡିକରେ ପର୍ଯ୍ୟାପ୍ତ ର଼୍ୟାକ ଯୋଗାଇ ଦେବାକୁ ଶ୍ରମିକ ସମାବେଶରେ ଦାବି କରିଥିଲେ। ପେସା ବାଲାଙ୍କ ବିଭିନ୍ନ ପ୍ରକାର ପଥରଗାଡି କାର୍ଯ୍ୟକୁ ନିନ୍ଦା କରିବା ସହିତ ଟ୍ରେଡ ୟୁନିୟନ କାର୍ଯ୍ୟରୁ ନିବୃତ୍ତ ରହିବାକୁ ପରାମର୍ଶ ଦେଇଥିଲେ। ସିଆଇଟିୟୁ ଜିଲା ଉପସଭାପତି ବନମାଳୀ ଧୁପାଳ ଶ୍ରମିକମାନଙ୍କ ଏକଜୁଟ ହୋଇ ରହିଥିବା ସହିତ ଦେଶ ବିଦେଶରେ ଶ୍ରମିକମାନେ କିପରି ନିର୍ଯାତିତ ହେଉଛନ୍ତି ସେ ବିଷୟରେ ସୂଚନା ଦେଇଥିଲେ। ଏହା ସହିତ ସମ୍ବିଧାନରେ ପେସାର ପ୍ରକୃତ ମୂଲ୍ୟବୋଧ ଉପରେ ଶ୍ରମିକମାନଙ୍କୁ ଉଦବୋଧନ ଦେଇଥିଲେ। ଶେଷରେ ସିଆଇଟିୟୁ ସର୍ବଭାରତୀୟ ଉପସଭାପତି ତଥା ରାଜ୍ୟ ସାଧାରଣ ସମ୍ପାଦକ ବିଷ୍ଣୁ ମହାନ୍ତି ମୁଖ୍ୟ ଅତିଥିଭାବେ ଯୋଗଦେଇ ସିଆଇଟିୟୁର ଇତିହାସ ବୃତ୍ତାନ୍ତ ବର୍ଣ୍ଣନା କରିବା ସହିତ କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣନୀତି ଉପରେ ଆଲୋଚନା କରିଥିଲେ। ତା ବିରୋଧରେ ଆସନ୍ତା ଜାନୁଆରୀ ୬ରୁ ୭ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ସ୍ତରରେ ୬ଟି ଲୋଡିଂ ସାଇଡିଂରେ ଧର୍ମଘଟ ଏବଂ ୮ରେ ସମଗ୍ର ଭାରତରେ ଧର୍ମଘଟରେ ସାମିଲ ହୋଇ ଶାନ୍ତିପୂର୍ଣ୍ଣ ଭାବରେ ପାଳନ କରିବାକୁ ଆହ୍ବାନ ଜଣାଇଥିଲେ। ଏଥିରେ ଜିଲା ସମ୍ପାଦକ ମଣ୍ଡଳୀ ସଭ୍ୟ ବିମାନ ମାଇତି, ବୟୋଜ୍ୟୋଷ୍ଠ ସଭ୍ୟ ଅଭୟ କୁମାର ଚାୈଧୁରୀ, ୟୁନିୟନର ସାଧାରଣ ସମ୍ପାଦକ ଲିଲ ମୋହନ ଗୋପ, ଆନନ୍ଦ ମାସୀ ହରୋ, କୃଷ୍ଣଚନ୍ଦ୍ର ବାରିକ ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ। ପ୍ରାରମ୍ଭରେ ହଜାର ହଜାର ଶ୍ରମିକ ପାରମ୍ପରିକ ନୃତ୍ୟଗୀତର ତାଳେ ତାଳେ ଶ୍ରମିକ ନେତୃବୃନ୍ଦଙ୍କ ସହିତ ରକ୍ସିସ୍ଥିତ ୟୁନିୟନ କାର୍ଯ୍ୟାଳୟଠାରୁ ୨୧୫/୫୨୦ ନମ୍ବର ଜାତୀୟ ରାଜପଥର ମୁଖ୍ୟ ରାସ୍ତାରେ ଏକ ବିରାଟ ଶୋଭାଯାତ୍ରାରେ ଆସି ରକ୍ସି ରେଳ ଫାଟକ ନିକଟରେ ପହଞ୍ଚିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌କୁ ଚାପିଦେଲା ଟ୍ରକ୍‌: ୩ ମୃତ

ବଡ଼ଗାଁ,୧୫।୪: ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନା ମରିଚିମୁଣ୍ଡା ନିକଟରେ ମଙ୍ଗଳବାର ସକାଳୁ ସକାଳୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଚାପାରେ ୩ଜଣ...

ଖଣିରେ ଏନ୍‌ଫୋର୍ସମେଣ୍ଟ ଟିମ୍‌ର ତନାଘନା

ଟେନସା,୧୪।୪(ସମୀର କୁମାର ପାଢୀ): ମାଙ୍ଗାନିଜ ଓ ଆଇରନ ଚୋରି ପାଇଁ ଗଠିତ ସ୍ପେଶାଲ ଏନଫୋର୍ସମେଣ୍ଟ ସ୍କାର୍ଡ ସୋମବାର କୋଇଡା ଖଣି ଅଞ୍ଚଳରେ ପହଞ୍ଚି ତନାଘନା ଆରମ୍ଭ...

ମା’ ହତ୍ୟାର ପ୍ରତିଶୋଧ ନେଲେ ପୁଅ, ପଥରରେ ଛେଚି ବାପାଙ୍କୁ କଲେ ହତ୍ୟା

ରାଉରକେଲା,୧୪ା୪(ସଙ୍ଗୀତା ଜେନା): ବହୁ ପୂର୍ବରୁ ମାଆଙ୍କୁ ହତ୍ୟା କରିବାର ପ୍ରତିଶୋଧ ନେବା ପାଇଁ ଜଣେ ପୁଅ ବିଷ୍ଣୁ- (୨୨) ତାଙ୍କ ବାପା କ୍ରାନ୍ତି କୁମାର ବର୍ମା...

ଗୋଟିଏ ଗାଡ଼ିକୁ ପିଛା କରୁଥିଲା ପାଟ୍ରୋଲିଂ ଗାଡ଼ି: ଆଗ ଗାଡ଼ିରୁ ଅବକାରୀ ଗାଡ଼ିକୁ ହେଲା ଗୁଳିମାଡ଼ , ପରେ ଫିଲ୍ମ ଷ୍ଟାଇଲରେ…

ସୁନ୍ଦରଗଡ,୧୨।୪(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ଲେଫ୍ରିପଡା ଥାନା ଅନ୍ତର୍ଗତ ମଶାବିରା ରାସ୍ତାରେ ଶନିବାର ସକାଳେ ଅବକାରୀ ବିଭାଗର ଗାଡି ଉପରକୁ ଗୁଳି ମାଡ ହୋଇଛି।...

ଜଙ୍ଗଲରେ ନିଆଁ ଲିଭାଇଲା ବେଳେ ପୋଡ଼ି ଯାଇଥିଲେ କର୍ମଚାରୀ: ଆନ୍ଦୋଳନ ପରେ ମିଳିଲା ୧୦ ଲକ୍ଷ କ୍ଷତିପୂରଣ

କୁଆଁରମୁଣ୍ଡା,୧୦ା୪(ମହେନ୍ଦ୍ର କୁମାର ସାହୁ): ଇସ୍ପାତ ଜେନେରାଲ ହସ୍ପିଟାଲରେ ବୁଧବାର ଚିକିତ୍ସାଧୀନ ଅବସ୍ଥାରେ ଠିକା ବନ କର୍ମଚାରୀ ସମରା ଓରାମ(୩୮)ଙ୍କ ମୃତ୍ୟୁ ଘଟିଥିଲା। ଗୁରୁବାର ମୃତକଙ୍କ ଗ୍ରାମ...

ବିପର୍ଯ୍ୟୟ ପ୍ରଶମନ ପାଇଁ ମକ୍‌ ଡ୍ରିଲ୍‌

ରାଉରକେଲା,୭।୪(ବିପ୍ଳବ ରଞ୍ଜନ ଦାଶ): ଆର୍‌ଏସ୍‌ପିର ଅକ୍ସିଜେନ ପ୍ଲାଣ୍ଟ ବିଭାଗର ପ୍ରୋପେନ ପ୍ଲାଣ୍ଟ-୩ ପରିସରରେ ଗତ ୪ତାରିଖରେ ନ୍ୟାଶନାଲ ଡିଜାଷ୍ଟର ରେସ୍ପନ୍ସ ଫୋର୍ସ (ଏନ୍‌ଡିଆର୍‌ଏଫ) ଏବଂ ଆର୍‌ଏସ୍‌ପି...

ଟ୍ରେନରୁ ୪ ବେଆଇନ ଭେଣ୍ଡର ଗିରଫ

ରାଉରକେଲା,୪।୪(ସଙ୍ଗୀତା ଜେନା): ରେଳବାଇ ସୁରକ୍ଷା ବଳ ଓ ରାଉରକେଲା ରେଳବାଇ ଷ୍ଟେଶନ ବାଣିଜି୍ୟକ ବିଭାଗ ପକ୍ଷରୁ ଶୁକ୍ରବାର ଅପରାହ୍ନ ୪ଟାରେ ଟ୍ରେନ ଗୁଡ଼ିକରେ ମିଳିତ ଚଢ଼ାଉ...

ପିସ୍ତଲ ମୁନରେ ଧମକ: ଯୁବକଙ୍କୁ ବାନ୍ଧିଲା ପୋଲିସ

ସୁନ୍ଦରଗଡ,୪/୪(ଜୟ ନାରାୟଣ ମେଣ୍ଡୁଳି): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପିସ୍ତଲ ଦେଖାଇ ଜୀବନରେ ମାରିଦେବାକୁ ଧମକ ଦେବା ଅଭିଯୋଗରେ ର ସୁନ୍ଦରଗଡ ଜିଲା ହାତୀବାରୀ ଥାନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image