ନୂଆଦିଲ୍ଲୀ,୩୦।୮: ଆମ ଦେଶରେ ଗୁରୁବାର ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଥିବାବେଳେ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାଠାରେ ହୋଇଥିବା ଏକ ବଡ଼ ତ୍ରୁଟି ସାମ୍ନାକୁ ଆସିଛି। ଏଠାରେ କ୍ରୀଡ଼ା ଦିବସ ଅବରରେ ଶୁଭେଚ୍ଛା ଜଣାଇବା ପାଇଁ ସାନିଆ ମିର୍ଜାଙ୍କ ଫଟୋ ଥିବା ଏକ ପୋଷ୍ଟର ଲଗାଇ କିମ୍ବଦନ୍ତୀ ଧାବିକା ପି. ଟି. ଉଷାଙ୍କ ନାମ ଲେଖାଯାଇଛି। ଏହି ପୋଷ୍ଟର ବିଚ୍ ରୋଡ୍ସ୍ଥିତ ସବମରିନ ମ୍ୟୁଜିୟମରେ ଲାଗିଛି। ଏହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। କେତେକ ଏହାକୁ ସମାଲୋଚନା କରୁଥିବାବେଳେ କିଛି ଏହାକୁ ଜୋକ୍ କରିଛନ୍ତି। ଜଣେ କମେଣ୍ଟ କରିଛନ୍ତି, ଆମେ ଏପର୍ଯ୍ୟନ୍ତ ତାଙ୍କୁ ସାନିଆ ମିର୍ଜା ଭାବୁ ଥିଲୁ। ସେହିଭଳି ଆଉ ଜଣେ ଟୁଇଟ୍ କରି ପ୍ରଶ୍ନ କରିଛନ୍ତି, ସାନିଆ ମିର୍ଜାଙ୍କୁ ଆନ୍ଧ୍ର ପ୍ରଦେଶରେ ପି. ଟି. ଉଷା କୁହାଯାଏ। ରାଜ୍ୟ ସରକାରଙ୍କ ଏହା କିଭଳି ଦାୟିତ୍ୱହିନତା?