Categories: ଖେଳ

ସାନିଆ-ବୋପାନ୍ନାଙ୍କୁ ଓ୍ବାକ୍‌ଓଭର

ମେଲବୋର୍ନ, ୨୫ା୧ (ପି.ଟି.): ଅଷ୍ଟ୍ରେଲିଆନ ଓପନ୍‌ ମିକ୍ସଡ ଡବଲ୍ସରେ ଓ୍ବାକ୍‌ଓଭର ସହିତ ସେମିଫାଇନାଲରେ ପ୍ରବେଶ କରିଛନ୍ତି ଭାରତୀୟ ଯୋଡି ସାନିଆ ମିର୍ଜା ଓ ରୋହନ ବୋପାନ୍ନା। ମଙ୍ଗଳବାର ଲାଟଭିଆର ଜେଲେନା ଓଷ୍ଟାପେଙ୍କୋ ଓ ସ୍ପେନ୍‌ର ଡେଭିଡ ଭେଗା ହର୍ନାଣ୍ଡେଜ ଓହରିଯିବା କାରଣରୁ ସାନିଆ- ବୋପାନ୍ନା ଯୋଡି ସେମିରେ ପ୍ରବେଶ କରିଛନ୍ତି। ସୋମବାର ଉରୁଗୁଏର ଆରିଏଲ ବାହେର ଓ ଜାପାନର ମାକୋଟୋ ନିନୋମିୟାଙ୍କୁ ପରାସ୍ତ କରି ଉଭୟ କ୍ୱାର୍ଟରରେ ପ୍ରବେଶ କରିଥିଲେ। ଆସନ୍ତା ମାସରେ ଟେନିସ୍‌ରୁ ଅବସର ନେଉଥିବା ୩୬ ବର୍ଷୀୟ ସାନିଆଙ୍କର ଏହା ଅନ୍ତିମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ। ସେମିରେ ଭାରତୀୟ ଯୋଡି ବିଶ୍ୱ ମାନ୍ୟତାରେ ୩ ନମ୍ବର ସ୍ଥାନରେ ଥିବା ନିଲ୍‌ ସ୍କୁପସ୍କି ଓ ଡିଜେୟାର କ୍ରାଓ୍ବଜିକଙ୍କୁ ଭେଟିବେ। ପୂର୍ବରୁ ସାନିଆ-ବୋପାନ୍ନା ୩ଟି ଗ୍ରାଣ୍ଡସ୍ଲାମରେ ଖେଳିଥିବା ବେଳେ ପ୍ରଥମ ଥର ପାଇଁ ସେମିରେ ପ୍ରବେଶ କରିଛନ୍ତି।

Share