ସାନିଟାଇଜର ପ୍ରସ୍ତୁତି ଲାଗି ଅଧିକ କମ୍ପାନୀଙ୍କୁ ଅନୁମତି

ନୂଆଦିଲ୍ଲୀ,୨୭। ୩: କରୋନା ପାଇଁ ଏବେ ସାରା ଦେଶରେ ସାନିଟାଇଜର ଚାହିଦା ପ୍ରବଳମାତ୍ରାରେ ବୃଦ୍ଧି ଘଟିଛି। ଏବେ ଲକ୍‌ଡାଉନ ଚାଲିଥିବା ବେଳେ ଲୋକମାନେ ଅତ୍ୟାବଶ୍ୟକ ସାମଗ୍ରୀ ଲାଭ କରିବାକୁ ଯେଭଳି କୌଣସି ଅସୁବିଧା ସାମ୍ନା ନ କରନ୍ତି ତାକୁ ସରକାର ବିଚାର କରୁଛନ୍ତି। ସାନିଟାଇଜର ଚାହିଦାକୁ ନଜରରେ ରଖି ୫୦୦ରୁ ଅଧିକ କମ୍ପାନୀ ଏବଂ ୧୦୦ ବିଶୋଧନାଗାରଙ୍କୁ ଏହା ପ୍ରସ୍ତୁତ କରିବା ଲାଗି ସରକାର ଅନୁମତି ଦେଇଛନ୍ତି। ରାଜ୍ୟ ସରକାରଙ୍କ ଅଧିନସ୍ଥ ଅବକାରୀ ଓ କେନ୍‌ ଆୟୁକ୍ତ, ଔଷଧ ନିୟନ୍ତ୍ରକ ଏବଂ ଜିଲାପାଳମାନଙ୍କୁ ସାନିଟାଇଜର ଲାଗି ଆବଶ୍ୟକ ଇଥାନଲ ଉପରେ କଟକଣା ଉଠାଇ ଦେବା ଲାଗି ପରାମର୍ଶ ଦିଆଯାଇଛି। ଯେଉଁ ବିଶୋଧନାଗାର ଏବଂ ଚିନିକଳମାନେ ଅଧିକ ସାନିଟାଇଜର ପ୍ରସ୍ତୁତି କରିପାରିବେ ସେଗୁଡିକୁ ପ୍ରୋତ୍ସାହିତ କରାଯାଉଛି। ଉତ୍ପାଦନ ବଢାଇବା ଲାଗି ଏହି ସଂସ୍ଥାଗୁଡିକୁ ପରାମର୍ଶ ଦିଆଯାଇଛି। ଏବେ ସୁଦ୍ଧା ୪୫ ବିଶୋଧନାଗାର ଏବଂ ୫୬୪ଟି ଅନ୍ୟାନ୍ୟ ପ୍ରସ୍ତୁତକାରୀ କମ୍ପାନୀଙ୍କୁ ସାନିଟାଇଜର ପ୍ରସ୍ତୁତ କରିବାକୁ କୁହାଯାଇଛି। ଆଉ ୨ ଦିନ ମଧ୍ୟରେ ଅଧିକ ୫୫ ବିଶୋଧନାଗାରକୁ ସରକାର ଅନୁମତି ପ୍ରଦାନ କରିବେ ବୋଲି ଜଣାପଡିଛି। ଏବେ କିଛି କମ୍ପାନୀ ସାନିଟାଇଜର ଉତ୍ପାଦନ କରୁଥିବା ବେଳେ ଆଉ କିଛି ସପ୍ତାହେ ମଧ୍ୟରେ ଉତ୍ପାଦନ ଆରମ୍ଭ କରିବେ। ସୁଲଭ ମୂଲ୍ୟରେ ଲୋକଙ୍କୁ ସାନିଟାଇଜର ଯୋଗାଣ ଦିଗରେ ପଦକ୍ଷେପ ଗ୍ରହଣ କରାଯାଉଥିବା ସରକାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ମଶାନ ମାଟି ତଳୁୁ ଶବ ଗାଏବ

ଭଣ୍ଡାରିପୋଖରୀ,୧୧।୪ (ରାଜେନ୍ଦ୍ର ଶତପଥୀ): ଶ୍ମଶାନରୁ ଶବ ଗାଏବ। ଗଁା ଶ୍ମଶାନରେ ମା’ଙ୍କ ମୃତଦେହ ପୋତାଯାଇଥିଲା। ଦଶାହ କର୍ମ ପାଇଁ ପୁଅ ଗଲାବେଳକୁ ଶ୍ମଶାନରେ ମୃତଦେହ ନାହିଁ।...

୪୨,୦୦୦ ନବାଗତଙ୍କୁ ନିଯୁକ୍ତି ଦେବ TCS, ଟ୍ରମ୍ପଙ୍କ ଟାରିଫ୍ ଭୟରେ ଅଟକିଲା ବେତନ ବୃଦ୍ଧି

ନୂଆଦିଲ୍ଲୀ,୧୧।୪: ପ୍ରମୁଖ ଆଇଟି କମ୍ପାନୀ ଟାଟା କନସଲଟାନ୍ସି ସର୍ଭିସେସ୍ (TCS) ଆର୍ଥିକ ବର୍ଷ ୨୦୨୬ରେ ୪୨,୦୦୦ ଫ୍ରେଶର୍(ନବାଗତ) ନିଯୁକ୍ତ କରିବ। ଅନ୍ୟପଟେ ବିଶ୍ୱ ବଜାରରେ ଅନିଶ୍ଚିତତା...

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଉପବାଚସ୍ପତି

ଭୁବନେଶ୍ୱର, ୧୧ା୪(ସୁନିତ୍‌ ମିଶ୍ର): ବର୍ତ୍ତମାନ ସମୟରେ ଓଡ଼ିଶାର ସୁନ୍ଦରଗଡ ଜିଲା ହେମଗିର ବ୍ଲକ ଓ କୋଇଡା ଅଞ୍ଚଳରେ ବ୍ୟାପକ ଭାବେ ଅବୈଧ କୋଇଲା, ଆଇରନ ଏବଂ...

ଏମ୍‌ଓୟୁକୁ ଆଉ ଥରେ କରି ବାହାବା ନେଉଛନ୍ତି: ବିଜେଡି

ଭୁବନେଶ୍ୱର, ୧୧ା୪(ସୁନିତ୍‌ ମିଶ୍ର): ନିକଟରେ ରାଜ୍ୟ ସରକାରଙ୍କ ଦ୍ୱାରା ଦିଲ୍ଲୀରେ ସ୍ବାକ୍ଷର ହୋଇଥିବା ଏମ୍‌ଓୟୁ ମଧ୍ୟରୁ ପାରାଦୀପସ୍ଥିତ ଇଣ୍ଡିଆନ ଅଏଲର ସମ୍ପ୍ରସାରଣ ସହ ସେଠାରେ ଇଣ୍ଟିଗ୍ରେଟେଡ୍‌...

ବିଜେଡି ମୁଖିଆଙ୍କ ମୁଠା ହୁଗୁଳା: ତାରା

ଭୁବନେଶ୍ୱର,୧୧।୪(ରବିନାରାୟଣ ଜେନା): ବିଜେଡିରେ ସଂପ୍ରତି ଓ୍ବକ୍‌ଫ ବିଲ୍‌କୁ ନେଇ ଯେଉଁ ରାଜନୈତିକ ଆରୋପ ପ୍ରତ୍ୟାରୋପ ଦେଖାଦେଇଛି, ସେଥିରୁ ଦଳର ନେତା ଓ କର୍ମୀଙ୍କ ଅସନ୍ତୋଷ ସ୍ପଷ୍ଟ...

ସବୁ ସହବନ୍ଧିତ ହସ୍ପିଟାଲକୁ ସରକାରଙ୍କ ନିର୍ଦ୍ଦେଶ, ନୂତନ ଆଇଟି ବ୍ୟବହାର ବେଳେ ଏସ୍‌ଓପିକୁ ଗୁରୁତ୍ୱ ଦିଅ

ଭୁବନେଶ୍ୱର,୧୧।୪(ରବିନାରାୟଣ ଜେନା): ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ବୟୋବନ୍ଦନା ଯୋଜନାରେ ଲୋକେ ଯେପରି ଲାଭାନ୍ବିତ ହୋଇପାରିବେ ଏବଂ ହସ୍ପିଟାଲରେ...

ଝାରସୁଗୁଡ଼ା ଜିଲା ବିଜେଡି ୨ ଭାଗ, ଦୁଇ ପୂର୍ବତନ ବିଧାୟିକାଙ୍କ ମଧ୍ୟରେ ଟକରାଟକରି

ଝାରସୁଗୁଡ଼ା,୧୧।୪(ଆଶିଷ ରଞ୍ଜନ ଦାଶ): ବର୍ତ୍ତମାନ ୱକ୍‌ଫ ବିଲ୍‌କୁ ନେଇ ରାଜ୍ୟ ବିଜେଡି ଭାଗ ଭାଗ ହୋଇ ପରସ୍ପରକୁ ଦୋଷାରୋପ କରୁଥିବା ବେଳେ ଝାରସୁଗୁଡ଼ାରେ ମଧ୍ୟ ସମାନ...

ଗାଁରେ ପାଣି ନାହିଁ ବୋଲି ମିଳୁନି ବୋହୂ

ନବରଙ୍ଗପୁର,୧୧।୪(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ସାନବାର୍ଲି ପଞ୍ଚାୟତ ଅଧୀନ ବଡ଼ବାର୍ଲି ଗଁାରେ ବର୍ଷ ବର୍ଷ ଧରି ଲାଗିରହିଛି ପାଣି ସମସ୍ୟା। ପ୍ରାୟ ୨...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image