Categories: ବାଣିଜ୍ୟ

ସାନିଟାଇଜର ପ୍ରସ୍ତୁତି ଲାଗି ଅଧିକ କମ୍ପାନୀଙ୍କୁ ଅନୁମତି

ନୂଆଦିଲ୍ଲୀ,୨୭। ୩: କରୋନା ପାଇଁ ଏବେ ସାରା ଦେଶରେ ସାନିଟାଇଜର ଚାହିଦା ପ୍ରବଳମାତ୍ରାରେ ବୃଦ୍ଧି ଘଟିଛି। ଏବେ ଲକ୍‌ଡାଉନ ଚାଲିଥିବା ବେଳେ ଲୋକମାନେ ଅତ୍ୟାବଶ୍ୟକ ସାମଗ୍ରୀ ଲାଭ କରିବାକୁ ଯେଭଳି କୌଣସି ଅସୁବିଧା ସାମ୍ନା ନ କରନ୍ତି ତାକୁ ସରକାର ବିଚାର କରୁଛନ୍ତି। ସାନିଟାଇଜର ଚାହିଦାକୁ ନଜରରେ ରଖି ୫୦୦ରୁ ଅଧିକ କମ୍ପାନୀ ଏବଂ ୧୦୦ ବିଶୋଧନାଗାରଙ୍କୁ ଏହା ପ୍ରସ୍ତୁତ କରିବା ଲାଗି ସରକାର ଅନୁମତି ଦେଇଛନ୍ତି। ରାଜ୍ୟ ସରକାରଙ୍କ ଅଧିନସ୍ଥ ଅବକାରୀ ଓ କେନ୍‌ ଆୟୁକ୍ତ, ଔଷଧ ନିୟନ୍ତ୍ରକ ଏବଂ ଜିଲାପାଳମାନଙ୍କୁ ସାନିଟାଇଜର ଲାଗି ଆବଶ୍ୟକ ଇଥାନଲ ଉପରେ କଟକଣା ଉଠାଇ ଦେବା ଲାଗି ପରାମର୍ଶ ଦିଆଯାଇଛି। ଯେଉଁ ବିଶୋଧନାଗାର ଏବଂ ଚିନିକଳମାନେ ଅଧିକ ସାନିଟାଇଜର ପ୍ରସ୍ତୁତି କରିପାରିବେ ସେଗୁଡିକୁ ପ୍ରୋତ୍ସାହିତ କରାଯାଉଛି। ଉତ୍ପାଦନ ବଢାଇବା ଲାଗି ଏହି ସଂସ୍ଥାଗୁଡିକୁ ପରାମର୍ଶ ଦିଆଯାଇଛି। ଏବେ ସୁଦ୍ଧା ୪୫ ବିଶୋଧନାଗାର ଏବଂ ୫୬୪ଟି ଅନ୍ୟାନ୍ୟ ପ୍ରସ୍ତୁତକାରୀ କମ୍ପାନୀଙ୍କୁ ସାନିଟାଇଜର ପ୍ରସ୍ତୁତ କରିବାକୁ କୁହାଯାଇଛି। ଆଉ ୨ ଦିନ ମଧ୍ୟରେ ଅଧିକ ୫୫ ବିଶୋଧନାଗାରକୁ ସରକାର ଅନୁମତି ପ୍ରଦାନ କରିବେ ବୋଲି ଜଣାପଡିଛି। ଏବେ କିଛି କମ୍ପାନୀ ସାନିଟାଇଜର ଉତ୍ପାଦନ କରୁଥିବା ବେଳେ ଆଉ କିଛି ସପ୍ତାହେ ମଧ୍ୟରେ ଉତ୍ପାଦନ ଆରମ୍ଭ କରିବେ। ସୁଲଭ ମୂଲ୍ୟରେ ଲୋକଙ୍କୁ ସାନିଟାଇଜର ଯୋଗାଣ ଦିଗରେ ପଦକ୍ଷେପ ଗ୍ରହଣ କରାଯାଉଥିବା ସରକାର କହିଛନ୍ତି।

Share