ସାନିଟାଇଜର ସ୍ପ୍ରେ କରିବ ରୋବୋ

ନୂଆଦିଲ୍ଲୀ ,୩୧।୩: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି। ଏଥିଲାଗି ସାମାଜିକ ଦୂରତା ସହିତ ରାସ୍ତାଘାଟକୁ ବିଶୁଦ୍ଧ କରିବା ଲାଗି ସାନିଟାଇଜର ସ୍ପ୍ରେ କରାଯାଉଛି। ଏଥିରେ ପୋଲିସ, ଦମକଳବାହିନୀ ତଥା ସ୍ବାସ୍ଥ୍ୟକର୍ମୀଙ୍କୁ ନିୟୋଜିତ କରାଯାଉଛି। ତେବେ ଏଣିକି ସାନିଟାଇଜର ସ୍ପ୍ରେ କାମ ରୋବୋ ଦ୍ୱାରା କରାଯିବ। ଫଳରେ ସଂକ୍ରମଣର ଆଶଙ୍କା ମଧ୍ୟ କମିଯିବ। ଆଇଆଇଟି ଖଡ଼ଗପୁରର ପୂର୍ବତନ ଛାତ୍ର ଦେବେନ୍ଦ୍ର ଶାହା ଏଆଇଆଇଏମଏସ୍‌ ଦିଲ୍ଲୀର ଜଣେ ପୂର୍ବଛାତ୍ର ଶଶି ରଞ୍ଜନଙ୍କ ସହିତ ମିଳିତ ଭାବେ ଏଭଳି ଏକ ରୋବୋ ନିର୍ମାଣ କରିଛନ୍ତି। ଏହାକୁ ଏୟରଲେନ୍ସ୍‌-କରୋନା ଭାବେ ନାମିତ କରାଯାଇଛି। ଏହା ରାସ୍ତାଘାଟ ଗଳିକନ୍ଦି ବୁଲି ବୁଲି ସାନିଟାଇଚର ସ୍ପ୍ରେ କରିବାବୁ ସକ୍ଷମ ହେବ।

Share