ସାନିଟାଇଜେସନ୍‌ ହେଲା ବଜାର ଅଞ୍ଚଳ

ବନ୍ତ,୧୫ା୪(ଡି.ଏନ୍‌.ଏ.) : କରୋନା ମହାମାରୀ ସଂକ୍ରମଣ ପ୍ରତିହତ ପାଇଁ ସରକାରଙ୍କ ପକ୍ଷରୁ ବିିଭିନ୍ନ ବଜାର ଅଞ୍ଚଳକୁ ସାନିଟାଇଜେସନ କରାଯାଉଛି। ଏହିକ୍ରମରେ ବୁଧବାର ଭଦ୍ରକ ଜିଲା ବନ୍ତ ବ୍ଲକ ନିଳୋକ ତାରିଣୀ ଛକଠାରୁ ହାଇସ୍କୁଲ ଛକ ପର୍ଯ୍ୟନ୍ତ ଅଞ୍ଚଳକୁ ସାନିଟାଇଜେସନ୍‌ କରାଯାଇଛି। ଆଗରପଡ଼ା ଅଗ୍ନିଶମ ବାହିନୀ କର୍ମଚାରୀମାନେ ଏହି କାର୍ଯ୍ୟରେ ନିୟୋଜିତ ଥିବା ବେଳେ ସରପଞ୍ଚ ଅଶୋକ କୁମାର ମହାନ୍ତି, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ନାରାୟଣ ପଣ୍ଡା ଉପସ୍ଥିତ ଥିଲେ।

Share