ସାନିଟାଇଜ୍‌ ହେଲା ଆରଡ଼ି ପୀଠ

ଆରଡ଼ି,୨୦ା୪(ଡି.ଏନ୍‌.ଏ.) : ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ସମେତ ଧାମନଗର ବ୍ଲକ ଅନ୍ତର୍ଗତ ବେତାଳିଗାଁ ବଜାରକୁ ସୋମବାର ପୂର୍ବାହ୍ନରେ ଧାମନଗର ବ୍ଲକ ପ୍ରଶାସନ ପକ୍ଷରୁ ସାନିଟାଇଜ୍‌ କରାଯାଇଛି। ଆରଡ଼ି ଫାଣ୍ଡି ସମେତ ଉଭୟ ବଜାରରେ ଥିବା ଡାକ୍ତରଖାନା, ବ୍ୟାଙ୍କ୍‌, ଏଟିଏମ୍‌ ପଏଣ୍ଟ, ରାସ୍ତାଘାଟକୁ ଏକ ଫାୟାର ସହାୟତାରେ ବିଶୋଧକ ସିଞ୍ଚନ କରାଯାଇଛି। ଧାମନଗର ବ୍ଲକ ଅଧ୍ୟକ୍ଷ ଅଶୋକ ନାୟକ, ପାଳସାହି ସରପଞ୍ଚଙ୍କ ପ୍ରତିନିଧି ପଞ୍ଚାନନ ମିଶ୍ର, ସମିତିସଭ୍ୟ ରମେଶ ବେହେରା, ବେତାଳିଗାଁ ବଜାର କମିଟି ପୂର୍ବତନ ଅଧ୍ୟକ୍ଷ କାଶୀନାଥ ମହାନ୍ତି, ପୂର୍ବତନ ସରପଞ୍ଚ ଅନିଲ ଦାସ ପ୍ରମୁଖ ବଜାର ସାନିଟାଇଜ୍‌ ବେଳେ ଉପସ୍ଥିତ ଥିଲେ।