ସାନିଟାଇଜ୍‌ ହେଲା ଚୌଦ୍ୱାର ମୁଣ୍ଡାମାଳ ଗ୍ରାମ

ଚୌଦ୍ୱାର,୧୦ା୬(ଡି.ଏନ୍‌.ଏ.): ଚୌଦ୍ୱାର ପୌରପାଳିକା ଅନ୍ତର୍ଗତ ମୁଣ୍ଡମାଳ ଗ୍ରାମରେ ୪ କରୋନା ପଜିଟିଭ୍‌ ବାହାରିବା ପରେ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଇତିମଧ୍ୟରେ ଆକ୍ରାନ୍ତଙ୍କ ମଧ୍ୟରୁ ମଙ୍ଗଳବାର ଜଣେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ପୌରପାଳିକା ପକ୍ଷରୁ ଉକ୍ତ ଗ୍ରାମକୁ ସାନିଟାଇଜ୍‌ କରାଯାଇ ନ ଥିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିବା ସହିତ ଦାବି କରିଥିଲେ। ଏହା ପରେ ଚୌଦ୍ୱାର ପୌରପାଳିକା ପକ୍ଷରୁ ବୁଧବାର ମୁଣ୍ଡମାଳ ଗ୍ରାମକୁ ସାନିଟାଇଜ୍‌ କରାଯାଇଛି। ଚୌଦ୍ୱାର ପୌରାଞ୍ଚଳରେ ଆଗକୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ଥିଲେ ମଧ୍ୟ ଏହାର ମୁକାବିଲା ପାଇଁ ପ୍ରସ୍ତୁତ ଥିବା ପୌରାଧିକାରୀ ପବିତ୍ର ବେହେରା ସୂଚନା ଦେଇଛନ୍ତି।

Share