କେନ୍ଦୁଝର, ୨ା୪(ଡି.ଏନ୍.ଏ.)-କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରକୁ ଜୀବାଣୁ ମୁକ୍ତ କରିବା ପାଇଁ ବୁଧବାର ଅଗ୍ନିଶମ ବିଭାଗ ପକ୍ଷରୁ ରାସାୟନିକ ପାଣି ପକାଇ ବିଶୋଧନ କରାଯାଇଛି। ମୁଖ୍ୟ ଚିକିତ୍ସାଳୟ ଚତୁଃପାାର୍ଶ୍ୱ ରାସ୍ତା ଓ ଖାଲି ସ୍ଥାନରେ ସାନିଟାଇଜେସନ କରାଯିବା ସହ ଡିଏନ୍ ହାଇସ୍କୁଲ ପରିସରରେ ଥିବା ଆମ୍ବୁଲାନ୍ସକୁ ମଧ୍ୟ ବିଶୋଧନ କରାଯାଇଛି। ଅଗ୍ନିଶମ ବିଭାଗର ଅଧିକାରୀ ଓ କର୍ମଚାରୀ ଏହି କାର୍ଯ୍ୟରେ ସାମିଲ ହୋଇଥିଲେ। ଆଗାମୀ ଦିନରେ ସହରର ମୁଖ୍ୟ ସ୍ଥାନକୁ ମଧ୍ୟ ବିଶୋଧନ କରାଯିବ ବୋଲି ଜଣାପଡିଛି। କେନ୍ଦୁଝରଗଡ ପୌରପାଳିକା ତରଫରୁ ମଧ୍ୟ ଡାକ୍ତରଖାନା ସଂଲଗ୍ନ ସମସ୍ତ ଡ୍ରେନକୁ ସଫେଇ କରାଯାଉଛି।