ସାନିଟାଇଜ୍‌ ହେଲା ରାଇକିଆ ସହର

ରାଇକିଆ,୩ା୪(ଡି.ଏନ୍‌.ଏ.)- ରାଇକିଆ ସହରର ବିଭିନ୍ନ ରାସ୍ତାକୁ ଗୁରୁବାର ସନ୍ଧ୍ୟାରେ ବିଶୋଧନ କରାଯାଇଛି। ରାଇକିଆର ରାସ୍ତାଘାଟେରେ ରାସାୟନିକ ମିଶା ପାଣି ସିଞ୍ଚନ କରାଯାଇଥିଲା। ପ୍ରଥମ ପଦକ୍ଷେପ ସ୍ବରୂପ ରାଇକିଆ ମୁଖ୍ୟ ରାସ୍ତାରେ ଅଗ୍ନିଶମ ବିଭାଗ ତରଫରୁ ବିଶୋଧନ କରାଯାଇଛି। ରାଇକିଆ ମେଡିକାଲ, ଥାନା ସମେତ ପ୍ରମୁଖ ଛକ, ଏଟିଏମ୍‌ ଗୁଡ଼ିକୁ ମଧ୍ୟ ସାନିଟାଇଜ କରାଯାଇଛି। ଏହାକୁ ସିଞ୍ଚନ କରି ରାସ୍ତାଘାଟ ବିଶୋଧନ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀ ଅନିଲ ପଟ୍ଟନାୟକ କହିଛନ୍ତି।

Share