ସାନିଟାଇଜ୍‌ ହେଲା ସଂକ୍ରାମକ ରୋଗ ଚିକିତ୍ସାଳୟ

ପୁରୀ ଅଫିସ,୨।୪: କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ବୁଧବାର ସଂକ୍ରାମକ ରୋଗ ଚିକିତ୍ସାଳୟ (ଆଇଡିଏଚ୍‌)କୁ ସାନିଟାଇଜ୍‌ କରାଯାଇଛି। ଏହା ପରିସରରେ ଥିବା କରୋନା ୱାର୍ଡ, ଓପିଡି ଆଦି ବିଭିନ୍ନ ସ୍ଥାନ ସାନିଟାଇଜ କରାଯାଇଛି। ଅଗ୍ନିଶମ ବିଭାଗର ୨ଟି ଦମକଳ ଗାଡିରେ ସୋଡିୟମ ହାଇପୋକ୍ଲୋରାଇଡ କେମିକାଲଯୁକ୍ତ ସ୍ପ୍ରେ କରାଯାଇଛି। ଏହାବ୍ୟତୀତ ନିକଟସ୍ଥ ରେଡ୍‌କ୍ରସ ରୋଡରେ ବି ଏହି ସ୍ପ୍ରେ କରାଯାଇଛି। ଫାୟାର ଅଫିସର ଅରୁଣ ଷଡ଼ଙ୍ଗୀଙ୍କ ତତ୍ତ୍ବାବଧାନରେ ପୁରୀ ଅଗ୍ନିଶମ କେନ୍ଦ୍ରର ପ୍ରାୟ ୧୫ କର୍ମଚାରୀ ଏଥିରେ ସାମିଲ ହୋଇଥିଲେ। ଜିଲାର ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ କରୋନା ପାଇଁ କରାଯାଇଥିବା ଆଇସୋଲେଶନ ୱାର୍ଡକୁ ସାନିଟାଇଜ କରାଯାଉଥିବା ସୂଚନା ମିଳିଛି।

Share