ସାନିଟାଇଜ ହେଲା ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର

ରାଇସୁଆଁ,୧୩।୪(ଡି.ଏନ୍‌.ଏ.): କରୋନା (କୋଭିଡ-୧୯) ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ରୋକିବାକୁ ବିଧିବଦ୍ଧ ଭାବେ ସଚେତନ କରାଯାଉଛି । ଏହି ପରିପ୍ରେକ୍ଷୀରେ କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ଼ ପଦ୍ମପୁର ଗୋଷ୍ଠୀ ସାସ୍ଥ୍ୟକେନ୍ଦ୍ର ପରିସରକୁ ସୋମବାର ଏମ୍‌ଏସ୍‌ପି କାରଖାନା ପକ୍ଷରୁ ସାନିଟାଇଜ୍‌ କରାଯାଇଛି। ଚ଼ିକିତ୍ସାଧିକାରୀ ତଥା ଭାରପ୍ରାପ୍ତ ଅଧିକାରୀ ଡା. ଶିବଚ଼ରଣ ବାଗ୍‌ଙ୍କ ତତ୍ତ୍ୱାବଧାନରେ ଏହା ସାନିଟାଇଜ୍‌ ହୋଇଛି। ଜନସାଧାରଣଙ୍କ ସୁରକ୍ଷା ନେଇ ସାମାଜିକ ଦୂରତ଼ା ରକ୍ଷାକରିବା, ଜନଗହଳି ସ୍ଥାନଠାରୁ ଦୁରେଇ ରହିବା, ଲକ୍‌ଡାଉନ ବେଳେ ଘରୁ ବାହାରକୁ ନ ବାହାରିବା ନେଇ ଡା. ବାଗ୍‌ କହିଥିଲେ। ଏହି ଅବସରରେ ଗୋଷ୍ଠୀ ସ୍ୟାସ୍ଥ୍ୟକେନ୍ଦ୍ରର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

Share