ସମ୍ବଲପୁର,୬।୪(ବ୍ୟୁରୋ)-କରୋନା ଭୂତାଣୁ ମୁକାବିଲା ପାଇଁ ସହରରେ ଅସ୍ଥାୟୀ ଭାବେ ପରିବା ବଜାର ବସୁଛି । ଏହାକୁ ପର୍ଯ୍ୟାୟକ୍ରମେ ମହାନଗର ନିଗମ ଓ ଅଗ୍ନିଶମ ବିଭାଗ ପକ୍ଷରୁ ସାନିଟାଇଜ କରାଯାଉଛି । ସୋମବାର ବଜାର ବନ୍ଦ ହେବା ୧୧ଟା ପରେ ଏହି କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଲକ୍ଷ୍ମୀଟକିଜ ଛକରୁ ମୁଦିପଡା ଛକ ରାସ୍ତା ପାର୍ଶ୍ୱରେ ବସୁଥିବା ପରିବାର ବଜାରକୁ ସାନିଟାଇଜ କରାଯାଇଥିଲା । ସେହିପରି ଆକାଶବାଣୀ କେନ୍ଦ୍ର ସମ୍ବଲପୁର ପରିସର ଓ ବୁର୍ଲା ମାର୍କେଟରେ ମଧ୍ୟ ସାନିଟାଇଜ କରାଯାଇଛି।