ସାନ୍ତରାପୁରରେ ହାତୀ ଆତଙ୍କ

ବଅଁରପାଳ, ୨୪।୩(ଡି.ଏନ.ଏ.): ବଅଁରପାଳ ବ୍ଲକ ସାନ୍ତରାପୁର ପଞ୍ଚାୟତରେ ହାତୀ ଆତଙ୍କ ଦେଖାଦେଇଛି। ସୋମବାର ରାତିରେ ଏକ ହାତୀ ଜନବସତିରେ ପଶି ବ୍ୟାପକ କ୍ଷୟକ୍ଷତି କରିଛି। ହାତୀଟି ଫୁଲପଡ଼ା ଅଞ୍ଚଳରେ ସୋମବାର ନିଜର ଉପସ୍ଥିତି ଜାହିର କରିଥିଲା। ରାତିରେ ଶରତ ମହାଳିକଙ୍କ କଦଳୀ ବଗିଚାକୁ ହାତୀ ଉଜାଡ଼ି ଦେଇଛି। ମହେନ୍ଦ୍ର ସାହୁ, ସମ୍ବିତ ସାହୁ, ଶ୍ରୀକାନ୍ତ ସାହୁଙ୍କ ବଗିଚାରେ ପଶି ହାତୀ ଗଛପତ୍ର ନଷ୍ଟ କରିଦେଇଛି। କେତେଜଣ ଚାଷୀଙ୍କ ବାଇଗଣ ଫସଲ ମଧ୍ୟ ୟକ୍ଷକ୍ଷତି କରିଥିବା ଅଭିଯୋଗ ହୋଇଛି। ଏହି ଖବର ପ୍ରଚାରିତ ହେବାପରେ ସାନ୍ତରାପୁର, କଲଣ୍ଡାପଳ, କୁସୁଣା, ରାମିମୁଣ୍ଡା, ନୂଆସାହି, ଫୁଲପଡ଼ା ସମେତ ଆଖପାଖ ଅଞ୍ଚଳବାସୀ ଭୟଭୀତ ହୋଇପଡ଼ିଛନ୍ତି। ହାତୀ ଘଉଡ଼ାଇବାକୁ ଲୋକମାନେ ନିଅଁା ଜାଳି ଜଗି ରହିଛନ୍ତି। ଉକ୍ତ ହାତୀକୁ ତୁରନ୍ତ ଘଉଡ଼ାଇବାକୁ ଅଞ୍ଚଳବାସୀ ବନ ବିଭାଗ ନିକଟରେ ଦାବି କରିଛନ୍ତି।

Share