ସାପକାମୁଡ଼ାରେ ଦୁଇ ଭଉଣୀଙ୍କ ଜୀବନ ଗଲା

ଅନୁଗୋଳ ଅଫିସ,୨୩।୯: ଅନୁଗୋଳ ସହର ବେନ୍ତପୁର ଅଞ୍ଚଳରେ ଦୁଇ ଭଉଣୀଙ୍କର ସାପ କାମୁଡ଼ାରେ ଜୀବନ ଯାଇଛି। ମୃତକ ଦ୍ୱୟ ହେଲେ ବେନ୍ତପୁର ଅଞ୍ଚଳର ସୁମନ୍ତ ସାହୁଙ୍କ ଝିଅ ରୋଜାଲିନ୍‌ (୧୩) ଓ ସୁଜାତା (୧୧)। ଦୁହେଁ ଘରେ ଶୋଇଥିବା ସମୟରେ ବିଳମ୍ବିତ ରାତିରେ ଏକ ବିଷଧର କାମୁଡ଼ି ଦେଇଥିଲା। ପରିବାର ଲୋକେ ତୁରନ୍ତ ଉଭୟଙ୍କୁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣି ଚିକିତ୍ସା କରିଥିଲେ ହେଁ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ନେବା ରାସ୍ତାରେ ମୃତ୍ୟୁ ଘଟିଥିଲା। ତେବେ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ମୃତଦେହ ବ୍ୟବଚ୍ଛେଦ କରାଯାଇଛି।

Share