Categories: ରାୟଗଡା

ସାପକାମୁଡ଼ାରେ ମହିଳାଙ୍କ ଜୀବନଗଲା

କୋରୁକୋଣ୍ଡା,୨୫।୭(ଡି.ଏନ୍‌.ଏ.): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ନାକାମାମୁ ପଞ୍ଚାୟତ ଅନ୍ତର୍ଗତ ବାମରାଇ ଗ୍ରାମର ବାଲିଆ ମୁଦୁଲିଙ୍କ ସ୍ତ୍ରୀ ସୁମି(୩୦)ଙ୍କ ବୁଧବାର ସନ୍ଧ୍ୟାରେ ସାପକାମୁଡ଼ାରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ପ୍ରତିଦିନ ପରି ସୁମି ଗ୍ରାମର କିଛି ମହିଳାଙ୍କ ସହ ଜମିକୁ ଧାନତଳି ରୋଇବା ପାଇଁ ଯାଇଥିଲେ। କିନ୍ତୁ ଏକ ବିଷାକ୍ତ ସାପ ସୁମିଙ୍କୁ କାମୁଡ଼ି ଦେବାରୁ ତାଙ୍କ ସହଯୋଗୀ ଓ ପରିବାର ଲୋକେ ତାଙ୍କୁ ଚିତ୍ରକୋଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁବାର ସୁମିଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ହରିଶ୍ଚନ୍ଦ୍ର ଯୋଜନାରେ ଅନ୍ତର୍ଭୁକ୍ତ କରି ମୃତ ସୁମିଙ୍କ ପରିବାରକୁ ୨୦୦୦ ଟଙ୍କା ମଧ୍ୟ ପ୍ରଦାନ କରାଯାଇଛି।