ସାପକୁ ଭଲ ପାଆନ୍ତି ଅନନ୍ୟା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଅନନ୍ୟା ପାଣ୍ଡେ କିଛି ଦିନ ହେବ ପ୍ରେମିକ ଆଦିତ୍ୟ ରୟ କପୁରଙ୍କ ସହ ଡେଟିଂକୁ ନେଇ ଚର୍ଚ୍ଚାରେ ଥିଲେ। ହେଲେ ଏବେ ସେ ଆଉ କିଛି କାରଣ ପାଇଁ ସମସ୍ତଙ୍କ ନଜରକୁ ଆସିଛନ୍ତି। ନିକଟରେ ଅନନ୍ୟାଙ୍କ କିଛି ପୋଷ୍ଟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଫଟୋଗୁଡ଼ିକରେ ଅନନ୍ୟା ତାଙ୍କ ହାତରେ ଏକ ଅଜଗର ପରି ଦେଖାଯାଇଥିବା ଏକ ବିଷଧର ସାପ ସହିତ ଖେଳୁଥିବା ନଜରକୁ ଆସିଛନ୍ତି। ଏପରିକି ସାପଙ୍କ ସହିତ ଫଟୋ ପୋଷ୍ଟ କରି ସେ କ୍ୟାପ୍ସନରେ ଲେଖିଛନ୍ତି, ସେ ସାପକୁ ବହୁତ ପସନ୍ଦ କରନ୍ତି, ସାପ ତାଙ୍କର ପ୍ରିୟ ପ୍ରାଣୀ। ଏଥିସହ କୁକୁରକୁ ମଧ୍ୟ ସେ ଅତ୍ୟନ୍ତ ଭଲ ପାଆନ୍ତି। ଏହା ଅନନ୍ୟାଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛି। କିଛି ଦିନ ତଳେ ଅନନ୍ୟା ମୁକେଶ ଅମ୍ବାନିଙ୍କ ନାତିଙ୍କ ଜନ୍ମଦିନ ପାର୍ଟିରେ ଉପସ୍ଥିତ ଥିବାବେଳେ ଏପରି ଫଟୋ ଉଠାଇଥିବା ଜଣାପଡ଼ିଛି। ତାଙ୍କର ଏହି ଫଟୋରେ ଅନେକେ ଭିନ୍ନ ଭିନ୍ନ କମେଣ୍ଟ କରିଛନ୍ତି। ତେବେ ଅନନ୍ୟା ୨୦୧୯ରେ ତାଙ୍କ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ। ଶେଷଥର ତାଙ୍କୁ ସିନେମା ‘ଡ୍ରିମ ଗର୍ଲ ୨’ରେ ଦେଖିବାକୁ ମିଳିଥିଲା। ଏବେ ତାଙ୍କ ହାତରେ ଆଉ ୩ଟି ଫିଲ୍ମ ରହିଛି।

Share