Categories: ଜାତୀୟ

ସାପକୁ ଭୟ ନ କରି ୩ କୁକୁର ଛୁଆଙ୍କୁ କୂଅରୁ ଉଦ୍ଧାର କଲେ ପୋଲିସ କର୍ମଚାରୀ

ଲକ୍ଷ୍ନୌ,୨୪।୧: ଉତ୍ତର ପ୍ରଦେଶର ଆମରୋହାରେ ୩ଟି କୁକୁର ଛୁଆଙ୍କୁ କୂଅରୁ ଉଦ୍ଧାର କରିଛି ପୋଲିସ। ଏବେ ସୋସିଆଲ ମିଡିଆରେ ୟୁପି ପୋଲିସର ଏଭଳି କାର୍ଯ୍ୟକୁ ପ୍ରଶଂସା କରାଯାଇଛି। ଆମରୋହାରେ ଏକ କୂଅରେ ୩ଟି କୁକୁର ଛୁଆ ପଡିଯିବାରୁ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ କୂଅରେ ସାପ ଥିବା ଯୋଗୁ ଭିତରକୁ ପଶିବାକୁ କେହି ସାହସ କରି ନ ଥିଲେ। ପରେ ସେମାନେ ପୋଲିସକୁ ଏନେଇ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ସାପକୁ ଭୟ ନ କରି କୂଅ ଭିତରେ ପଶି ୩ କୁକୁର ଛୁଆଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ୟୁପି ପୋଲିସ ଉଦ୍ଧାର କରୁଥିବା ସମୟର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ୟୁଜର୍ସ ପୋଲିସର ଏହି ସାହସିକତା କାର୍ଯ୍ୟକୁ ସଲାମ କରିଛନ୍ତି।

Share