Categories: ଫୁରସତ

ସାପର ଦାମ ୩ କୋଟି…

ସାପର ଦାମ୍‌ ପୁଣି ୩ କୋଟି ଟଙ୍କା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ତେବେ ଇଣ୍ଡୋନେସିଆର ଘନ ଜଙ୍ଗଲରେ ଦେଖାଯାଉଥିବା ଗ୍ରୀନ୍‌ ଟ୍ରି ପାଇଥନ୍‌ ସାପ କୋଟି କୋଟି ଟଙ୍କାରେ ବିକ୍ରି ହୋଇଥାଏ। ଏହି ବିରଳ ସାପ ସାଧାରଣତଃ ଗଛରେ ବାସ କରେ। ଏହା ୨ରୁ ୩ ମିଟର ଲମ୍ବ ହୋଇଥାଏ। ଗୋଟିଏ ପ୍ରାପ୍ତ ବୟସ୍କ ସାପର ଓଜନ ପ୍ରାୟ ଦେଢ଼ କିଲୋଗ୍ରାମ୍‌ରୁ ଅଧିକ ରହିଥାଏ। ଏହି ବିରଳ ସାପର ଶରୀରରେ ଥିବା କେତେକ ରାସାୟନିକ ପଦାର୍ଥ ବିଭିନ୍ନ ରୋଗ ଚିକତ୍ସାରେ ବ୍ୟବହୃତ ହୁଏ। ଫଳରେ ଏହାର ଚୋରା ଚାଲାଣ ହୋଇଥାଏ। ମାଲେସିଆ, ଚାଇନା, ଜାପାନ ଆଦି ଦେଶରେ ଏହି ସାପର ଚାହିଦା ଅଧିକ । ତେଣୁ ଶିକାରୀମାନେ ଏହାକୁ ଧରି ବିକ୍ରି କରିଥାନ୍ତି।

Share