ସାପୁଆ କେଳାଙ୍କ ନାଗେଶ୍ୱରୀ ଧ୍ୱନୀ ପିଲାଙ୍କ ମସ୍ତିଷ୍କ ବିକାଶ କରେ: ରିପୋର୍ଟ

ଜେନେଭା,୩୦।୫: ଭାରତରେ ସାପୁଆ କେଳା ସାପ ଖେଳ ସମୟରେ ବଜାଉଥିବା ନାଗେଶ୍ୱରୀ ଧ୍ୱନୀ ଛୋଟ ପିଲାଙ୍କ ମସ୍ତିଷ୍କ ବିକାଶରେ ସହାୟକ ହୋଇଥାଏ। ଏନେଇ ଜେନେଭା ବିଶ୍ୱ ବିଦ୍ୟାଳୟରେ ଗବେଷକଙ୍କ ଦ୍ୱାରା ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସମୟ ପୂର୍ବରୁ ଜନ୍ମ ହୋଇଥିବା ଶିଶୁ ମାନସିକସ୍ତରରେ ସୁଦୃଢ଼ ନ ଥାନ୍ତି। ଏଭଳି ଶିଶୁଙ୍କୁ ନିୟମିତ ନାଗେଶ୍ୱରୀ ଧ୍ୱନୀ ଶୁଣାଇଲେ ସେମାନଙ୍କ ମସ୍ତିଷ୍କର ହାଇପୋଥାଲାମସ୍‌ ସକ୍ରିୟ ହୋଇଥାଏ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଏଭଳି ଶିଶୁଙ୍କ କ୍ଷେତ୍ରରେ ମୃତ୍ୟୁହାର ସାଧାରଣତଃ ଅଧିକଥାଏ। ତେବେ ଜନ୍ମ ପରେ ସେମାନଙ୍କୁ ନାଗେଶ୍ୱରୀ ଧ୍ୱନୀ ଶୁଣାଇଲେ ଏହା ଆଶ୍ଚର୍ଯ୍ୟ ଜନକ ଫଳ ପ୍ରଦାନ କରିଥାଏ। ଏହି ଗବେଷଣା ରିପୋର୍ଟ ନେଇ ଏବେ ସୋସିଆଲ୍‌ ମିଡ଼ିଆରେ ଚର୍ଚ୍ଚା ଜାରି ରହିଛି।

Share