ସାପ୍ତାହିକ ହାଟରେ ମାକ୍ସ, ସାବୁନ ବଣ୍ଟନ

ବନ୍ତ, ୧୩।୪(ଡି.ଏନ.ଏ.)-କରୋନା ମହାମାରୀ ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ସାରା ଦେଶକୁ ଲକଡାଉନ୍‌ କରିବା ସହ ସଚେତନ କରାଉଛନ୍ତି। ଏହି ପରିପେକ୍ଷୀରେ ରବିବାର ଭଦ୍ରକ ଜିଲା ବନ୍ତ ସଦର ମହକୁମାରେ ଅବସ୍ଥିତ ସାପ୍ତାହିକ ହାଟରେ ଆଗରପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରୋଗୀ କଲ୍ୟାଣ ସମିତି ପକ୍ଷରୁ କରୋନା ସଚେତନତା କାର୍ଯ୍ୟକ୍ରମ କରାଯାଇଛି। ହାଟରେ ବସିଥିବା ସମସ୍ତ ବ୍ୟବସାୟୀ ଓ ପନିପରିବା କିଣିବା ପାଇଁ ଆସିଥିବା ଲୋକମାନଙ୍କୁ କରୋନା ସଚେତନତା କରାଯିବା ସହ ପ୍ରାୟ ୫୦୦ରୁ ଊର୍ଦ୍ଧ୍ୱ ମାକ୍ସ, ସାବୁନ୍‌ ବଣ୍ଟନ କରାଯାଇଛି। କାର୍ଯ୍ୟକ୍ରମରେ ଗୋଷ୍ଠୀ ଚିକିତ୍ସାଧିକାରୀ ଡାକ୍ତର ଦୀପକ କୁମାର ଜେନା, ଜିଲା ପରିଷଦ ସଭ୍ୟ ପ୍ରଶାନ୍ତ କୁମାର ଦାଶ, ବିଜେଡି ବ୍ଲକ ସଭାପତି କମଳାକାନ୍ତ ସାହୁ, ଅଧ୍ୟାପକ ଡଃ.ସୁଧାଂଶୁ ନାୟକ, ପଞ୍ଚାନନ ନାୟକ, ତହସିଲଦାର ଇନ୍ଦିରା ସାହୁ, ଥାନାଧିକାରୀ ମିନା ବିନ୍ଧାଣୀ ଉପସ୍ଥିତ ଥିଲେ।