ବାରିପଦା,୨୫।୭(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସାପ କାମୁଡାରେ ଶିଶୁ ପୁତ୍ରର ଜୀବନ ଯାଇଥିବା ବେଳେ ମା’ ଗୁରୁତର ହୋଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା ଶରତ ଥାନା କଟୁରିଆ ଗ୍ରାମରେ । ଗ୍ରାମର ମିନତୀ ମହାକୁଡ ନିଜର ଶିଶୁପୁତ୍ର ଘନକୁ ଧରି ଘରେ ଶୋଇଥିଲେ । ସୋମବାର ବିଳମ୍ବିତ ରାତିରେ ଏକ ବିଷାକ୍ତ ଚିତି ସାପ ଆସି ଉଭୟ ମା’ ଏବଂ ପୁଅକୁ କାମୁଡିଥିଲା । ସ୍ବାମୀ ଜଗା ଏବଂ ପରିବାର ଲୋକେ ସକାଳେ ଉଭୟ ମା ଏବଂ ପୁଅକୁ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେି। ହେଲେ ଡାକ୍ତରଖାନାରେ ଶିଶୁପୁତ୍ରର ମତ୍ୟୁ ହୋଇଥିବା ବେଳେ ମାଆ ମିନତୀଙ୍କ ଅବସ୍ଥା ଗୁରୁତର ରହିଛି। ପ୍ରାଥମିକ ଚିକିତ୍ସା ପରେ ମିନତୀଙ୍କୁ ବାରିପଦା ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।