ସାପ କାମୁଡ଼ାରେ ନାବାଳିକାଙ୍କ ମୃତ୍ୟୁ

ଭଣ୍ଡାରିପୋଖରୀ, ୩।୬(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅକ୍ଷିଣବାଡ଼ ପଞ୍ଚାୟତ ହାଟଡ଼ିହି ଉତ୍ତରବାଡ଼ ଗ୍ରାମର ଜଣେ ନାବାଳିକାଙ୍କର ସୋମବାର ସକାଳେ ମୃତ୍ୟୁ ଘଟିଛି। ସେ ହେଲେ ଗ୍ରାମର ପ୍ରଫୁଲ୍ଲ ଜେନାଙ୍କ ଝିଅ ବେବିରାଣୀ(୧୧)।
ବେବିରାଣୀ ରାତିରେ ଖାଇସାରି ଶୋଇଥିଲେ। ଭୋର ପ୍ରାୟ ୩ଟାରେ କ’ଣ କାମୁଡ଼ିଦେଲା କହି ନିଦରୁ ଉଠିପଡ଼ିଥିଲେ। ପରିବାର ଲୋକେ ସଙ୍ଗେ ସଙ୍ଗେ ତାଙ୍କୁ ଭଣ୍ଡାରିପୋଖରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ଭଦ୍ରକ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ପ୍ରଫୁଲ୍ଲଙ୍କ ଭଣଜା ଥାନାରେ ଅଭିଯୋଗ କରିଛନ୍ତି ଯେ, ବେବିରାଣୀଙ୍କୁ ବିଷଧର ସାପ କାମୁଡ଼ିବାରୁ ତାଙ୍କର ମୃତ୍ୟୁ ଘଟିଛି। ପୋଲିସ ମୃତଦେହ ଜବତକରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପ୍ରଶାନ୍ତଙ୍କ ଅଭିଯୋଗ କ୍ରମେ ପୋଲିସ ଏକ ଅପମୃତ୍ୟୁ ମାମଲା (୧୨/୧୯) ରୁଜୁକରି ଘଟଣାର ତଦନ୍ତ ଚଳାଇଛି।