Posted inରାଜ୍ୟ

ସାପ କାମୁଡ଼ାରେ ବୃଦ୍ଧା ମୃତ

ଭାପୁର,୧୦ା୭(ଡି.ଏନ୍‌.ଏ.): ଗୁହାଳରୁ ଗୋବର ଆଣି ଗାଣ୍ଡୁଆରେ ଧରି ଘର ପଛ ପଟେ ଥିବା ଖତଗାଡ଼ରେ ପକାଇବାକୁ ଯାଇଥିବାବେଳେ ମଙ୍ଗଳବାର ସନ୍ଧ୍ୟାରେ ଏକ ବିଷାକ୍ତ ସାପ କାମୁଡ଼ାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ସେ ହେଉଛନ୍ତି ନୟାଗଡ଼ ଜିଲା ଭାପୁର ବ୍ଲକ ଫତେଗଡ଼ ପଞ୍ଚାୟତସ୍ଥ ପାର୍ବତୀପୁର ଗ୍ରାମର ମଙ୍ଗୁଳି ବେହେରାଙ୍କ ସ୍ତ୍ରୀ ହାରାମଣି ବେହେରା (୬୨)। ସାପଟି କାମୁଡ଼ି ଦେବା ପରେ ବିଷ ପ୍ରଭାବରେ ସେ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ହିଁ ଅଚେତ ହୋଇ ପଡ଼ିଯାଇଥିଲେ। ତେବେ ସମ୍ପର୍କୀୟ ଓ ଗ୍ରାମବାସୀଙ୍କ ସହଯୋଗରେ ହାରାମଣିଙ୍କୁ ଭାପୁର ଡାକ୍ତରଖାନାକୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବୁଧବାର ସକାଳେ ଖଣ୍ଡପଡ଼ା ଡାକ୍ତରଖାନାଠାରେ ତାଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ଗ୍ରାମ ଶ୍ମଶାନରେ ଶବ ଦାହ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାଣନ୍ତୁ ନବୀନଙ୍କୁ ଭେଟି କ’ଣ କହିଲେ ମନ୍ମମଥଙ୍କ ପତ୍ନୀ

ଭୁବନେଶ୍ୱର,୧୧।୩: ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ସୁର ରାଉତ ରାୟଙ୍କ ପୁଅ ମନ୍ମମଥ ନିକଟରେ ବିବାହ କରିଛନ୍ତି। ତେବେ ସେ ତାଙ୍କ ପତ୍ନୀଙ୍କୁ ନେଇ ବିଜେଡି...

୧୧ ବର୍ଷରେ ୩୮ ହାତେଇଛନ୍ତି ଜିଏ ପ୍ଲଟ

ଭୁବନେଶ୍ୱର,୧୧।୩ (ରବିନାରାୟଣ ଜେନା):ଗତ ୧୧ବର୍ଷ ମଧ୍ୟରେ ବିଏମ୍‌ସି ଅଞ୍ଚଳରେ ୩୮ ଜଣଙ୍କୁ ଜିଏ ପ୍ଲଟ ଆବଣ୍ଟନ କରାଯାଇଛି। ସେଥିମଧ୍ୟରେ ୧୩ଜଣ ବ୍ୟକ୍ତିବିଶେଷ ରହିଥିବାବେଳେ ୨୫ ଅନୁଷ୍ଠାନ...

ଟ୍ରାକରେ ଆମ୍ବୁଲାନ୍ସ ପଶିଯିବା ପରେ ମାମଲା ରୁଜୁ କଲା ରେଳବାଇ

ରାୟଗଡା,୧୧।୩: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍‌ ଶିକରପାଇ ଓ ଭାଲୁମସ୍କା ରେଳ ଷ୍ଟେଶନର ମଧ୍ୟବର୍ତ୍ତୀ ସ୍ଥାନରେ ସୋମବାର ଏକ ଆମ୍ବୁଲାନ୍ସ ଅନଧିକାର ଭାବରେ ରେଳ ଟ୍ରାକ...

ବିବାହ ବନ୍ଧନରେ ଆବଦ୍ଧ ହେବେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ

ଭୁବନେଶ୍ୱର,୧୧।୩: ବିଜେଡି ନେତା ଏବଂ ପୂର୍ବତନ ନବରଙ୍ଗପୁର ସାଂସଦ ପ୍ରଦୀପ କୁମାର ମାଝୀ ମାର୍ଚ୍ଚ ୧୨ରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ସୂତ୍ର ଅନୁସାରେ...

ବିଧାୟକଙ୍କୁ ସରକାରୀ କ୍ୱାର୍ଟର୍ସ ଚିନ୍ତା:ଅପେକ୍ଷାରେ ୨୩, ଛାଡ଼ୁନାହାନ୍ତି ୯

ଭୁବନେଶ୍ୱର,୧୧।୩ (ରବିନାରାୟଣ ଜେନା):ରାଜ୍ୟରେ ଭାଜପା ସରକାରକୁ ପ୍ରାୟ ୯ ମାସ ବିତିବାକୁ ବସିଲାଣି। ହେଲେ ଏପର୍ଯ୍ୟନ୍ତ ସମସ୍ତ ୧୪୭ ବିଧାୟକଙ୍କୁ ସରକାରୀ କ୍ୱାର୍ଟର୍ସ ମିଳିପାରି ନାହିଁ।...

ଆଜିଠାରୁ ଆରମ୍ଭ ହେବ ଲକ୍ଷପତି ଦିଦି କର୍ମଶାଳା

ଭୁବନେଶ୍ୱର,୧୧ା୩ (ବନ୍ଦନା ସେଠୀ): ରାଜ୍ୟର ସବୁ ଜିଲାରେ ମଙ୍ଗଳବାରଠାରୁ ଆରମ୍ଭ ହେବ ଲକ୍ଷପତି ଦିଦି କର୍ମଶାଳା। କେନ୍ଦ୍ର ସରକାରଙ୍କ ସହଭାଗିତାରେ ଓଡିଶା ଜୀବିକା ମିଶନ ମାଧ୍ୟମରେ...

ଧରିତ୍ରୀ ଲାଇଭ୍‌ ଖବରଦାତାଙ୍କୁ ଆକ୍ରମଣ: ଦୁଇ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ ପରେ ଜାମିନ

ଭୁବନେଶ୍ୱର,୧୧।୩(ସତ୍ୟଜିତ୍‌ ରାଉତ): ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଝାରପଡା ରୋଡ୍‌ରେ ‘ଧରିତ୍ରୀ ଲାଇଭ୍‌’ ଖବରଦାତା ଦେବୀପ୍ରସାଦ ସାହୁଙ୍କୁ ଆକ୍ରମଣ ସହ ଗାଡ଼ି କ୍ଷତିଗ୍ରସ୍ତ କରି କ୍ୟାମେରା ଭାଙ୍ଗିବା...

ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: ୭ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୧୦ା୩(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ହେଲା ଅଧିକାଂଶ ସ୍ଥାନରେ ତାପମାତ୍ରା ୩୭ଂ ଡିଗ୍ରୀ ସେଲସିୟସ୍‌ ଉପରେ ରହୁଛି। ସୋମବାର ଟିଟିଲାଗଡ଼ରେ ସର୍ବୋଚ୍ଚ ତାପମାତ୍ରା ୩୮ଡିଗ୍ରୀ ସେଲସିୟସ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri