Categories: ରାଜ୍ୟ

ସାପ କାମୁଡ଼ାରେ ବୃଦ୍ଧା ମୃତ

ଭାପୁର,୧୦ା୭(ଡି.ଏନ୍‌.ଏ.): ଗୁହାଳରୁ ଗୋବର ଆଣି ଗାଣ୍ଡୁଆରେ ଧରି ଘର ପଛ ପଟେ ଥିବା ଖତଗାଡ଼ରେ ପକାଇବାକୁ ଯାଇଥିବାବେଳେ ମଙ୍ଗଳବାର ସନ୍ଧ୍ୟାରେ ଏକ ବିଷାକ୍ତ ସାପ କାମୁଡ଼ାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ସେ ହେଉଛନ୍ତି ନୟାଗଡ଼ ଜିଲା ଭାପୁର ବ୍ଲକ ଫତେଗଡ଼ ପଞ୍ଚାୟତସ୍ଥ ପାର୍ବତୀପୁର ଗ୍ରାମର ମଙ୍ଗୁଳି ବେହେରାଙ୍କ ସ୍ତ୍ରୀ ହାରାମଣି ବେହେରା (୬୨)। ସାପଟି କାମୁଡ଼ି ଦେବା ପରେ ବିଷ ପ୍ରଭାବରେ ସେ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ହିଁ ଅଚେତ ହୋଇ ପଡ଼ିଯାଇଥିଲେ। ତେବେ ସମ୍ପର୍କୀୟ ଓ ଗ୍ରାମବାସୀଙ୍କ ସହଯୋଗରେ ହାରାମଣିଙ୍କୁ ଭାପୁର ଡାକ୍ତରଖାନାକୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବୁଧବାର ସକାଳେ ଖଣ୍ଡପଡ଼ା ଡାକ୍ତରଖାନାଠାରେ ତାଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ଗ୍ରାମ ଶ୍ମଶାନରେ ଶବ ଦାହ କରାଯାଇଛି।

Share