ସାପ କାମୁଡ଼ାରେ ମହିଳାଙ୍କ ଜୀବନ ଗଲା

ବଡସାହି,୨ା୧୦(ସ୍ବ.ପ୍ର): ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧୀନ ଧୋବାଧୋବଣୀ ଗ୍ରାମରେ ସାପ କାମୁଡାରେ ଜନୈକା ମହିଳାଙ୍କର ମୃତ୍ୟୁ ଘଟିଛି । ମୃତକ ହେଲେ ସେହି ଗ୍ରାମର ଜିତରାୟ ସିଂଙ୍କ ସ୍ତ୍ରୀ କାଲ (୩୮) । ଏଥିନେଇ ପୋଲିସ ଏକ ଅପମୃତ୍ୟୁ ମାମଲା (ନଂ.୪୫/୧୯) ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। କାଲ ଓ ତାଙ୍କ ପୁଅ ବସରୁ ଓହ୍ଳାଇ ଘରକୁ ଫେରୁଥିବା ବାଟରେ ଏକ ବିଷାକ୍ତ ସାପ ତାଙ୍କୁ କାମୁଡ଼ି ଦେଇଥିଲା । ଉଭୟ ମିଶି ସାପଟିକୁ ମାରିଦେବା ପରେ ଘରକୁ ଫେରିଥିଲେ। କିଛି ସମୟ ପରେ ସେ ଅଚେତ ହୋଇପଡ଼ିିଥିଲେ। ପରିବାର ଲୋକେ ତାଙ୍କୁ ବାରିପଦା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ।

Share