ସାପ କାମୁଡ଼ାରେ ମା’, ପୁଅ ମୃତ

କ.ନୂଆଗାଁ, ୨୪।୯(ଡି.ଏନ୍‌.ଏ.): କନ୍ଧମାଳ ଜିଲା କ.ନୂଆଗାଁ ବ୍ଲକର କଞ୍ଜାମେଣ୍ଡି ପଞ୍ଚାୟତ ଡପର ଗାଁରେ ସାପ କାମୁଡ଼ାରେ ମଙ୍ଗଳବାର ମା’ ଓ ପୁଅଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ୩ୟ ଶ୍ରେଣୀରେ ପଢ଼ୁଥିବା ପୁଅ ଆଦିତ୍ୟ ପ୍ରଧାନ ଓ ମା’ଅଙ୍ଗନଓ୍ବାଡି କର୍ମୀ ରାଜଲକ୍ଷ୍ମୀ ମଲିକ।
ପ୍ରକାଶ ଯେ, ସୋମବାର ରାତିରେ ରାଜଲକ୍ଷ୍ମୀ ଓ ଆଦିତ୍ୟ ଶୋଇଥିବା ବେଳେ ଏକ ବିଷଧର ସାପ ଉଭୟଙ୍କୁ କାମୁଡ଼ି ଦେଇଥିଲା। ସେମାନଙ୍କୁ ସ୍ଥାନୀୟ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକତ୍ସାଧୀନ ଅବସ୍ଥାରେ ଆଦିତ୍ୟଙ୍କର ମୃତ୍ୟୁ ଘଟିଥିଲା। ରାଜଲକ୍ଷ୍ମୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲା ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ରାଜଲକ୍ଷ୍ମୀଙ୍କର ମଧ୍ୟ ମୃତ୍ୟୁ ଘଟିଛି।

Share