Categories: ରାଜ୍ୟ

ସାପ କାମୁଡ଼ାରେ ଯୁବକଙ୍କ ମୃତ୍ୟୁ

ବୋଲଗଡ଼,୨୫ା୭(ଡି.ଏନ.ଏ.): ବୋଲଗଡ଼ ବ୍ଲକ କଡ଼ବ ଗ୍ରାମର ଜଣେ ଯୁବକଙ୍କ ସାପ କାମୁଡ଼ାରେ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ମୃତ୍ୟୁ ଘଟିଛି। ମୃତକଙ୍କ ନାମ ଅନିସ ରହମନ ଖଁ।(୨୪)। ପରିବାର ସୂତ୍ରରୁ ଜଣାପଡ଼େ, ସେ ମଙ୍ଗଳବାର ରାତିରେ ଘରେ ଶୋଇଥିବା ଅବସ୍ଥାରେ କୌଣସି ବିଷାକ୍ତ ସାପ କାମୁଡ଼ି ଦେଇଥିଲା। ଚିକିତ୍ସା ନିମନ୍ତେ ତାଙ୍କୁ ପ୍ରଥମେ ଖୋର୍ଦ୍ଧା ଜିଲା ମୁଖ୍ୟ ଡାକ୍ତରଖାନା ଓ ଅଧିକ ଗୁରୁତର ହେବାରୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

Share