Categories: ରାଜ୍ୟ

ସାପ କାମୁଡାରେ ଗ୍ରାମରକ୍ଷୀଙ୍କ ମୃତ୍ୟୁ

ବିଞ୍ଝାରପୁର,୮ା୬(ଡି.ଏନ୍‌.ଏ.): ବିଞ୍ଝାରପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମରେ ଶୁକ୍ରବାର ସାପକାମୁଡାରେ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ଗୋପାଳ ମଲିକଙ୍କ(୪୮)। ସେ ଥାନାରେ ଗ୍ରାମରକ୍ଷୀଭାବେ କାର୍ଯ୍ୟ କରୁଥିଲେ। ଗୁରୁବାର ବିଳମ୍ବିତ ରାତିରେ ଗୋପାଳ ଘରେ ଶୋଇଥିବାବେଳେ ସାପ ତାଙ୍କୁ କାମୁଡି ଥିଲ। ପରିବାର ଲୋକେ ପ୍ରଥମେ ବିଞ୍ଝାରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରା ଓ ପରେ ଯାଜପୁର ମୁଖ୍ୟ ଚିକିତ୍ସାଳୟ ଶ କେନ୍ଦ୍ରକୁ ନେଇଥିଲେ। ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।

Share