Advertisement

ସାପ କାମୁଡାରେ ଜୀବନ ଗଲା

ଯୋଡ଼ା, ୩୦।୭(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ଥାନା ବିଲେଇପଦା ଫାଣ୍ଡି ଅନ୍ତର୍ଗତ କୀତାବେଡାଠାରେ ସାପ କାମୁଡାରେ ଲୋଚନ ପଲେଇ(୫୮)ଙ୍କର ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ରବିବାର ପୂର୍ବାହ୍ନରେ ଲୋଚନ ଚାଷ କାର୍ଯ୍ୟ ପାଇଁ ତାଙ୍କ ବିଲକୁ ଯାଇଥିଲେ। ସେଠାରେ କାମ କରୁଥିବା ବେଳେ ଏକ ବିଷାକ୍ତ ସାପ ତାଙ୍କୁ କାମୁଡି ଦେଇଥିଲା। ଖବର ପାଇ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଯୋଡାସ୍ଥିତ ଏକ ଘରୋଇ ନର୍ସିଂ ହୋମରେ ଭର୍ତ୍ତି କରିଥିଲେ । ରବିବାର ରାତିରେ ସେ ଅଧିକ ଗୁରୁତର ହେବାରୁ ସେଠାରୁ ତାଙ୍କୁ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସୋମବାର ପୂର୍ବାହ୍ନ ୧୦ଟାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share