ସାପ କାମୁଡାରେ ନାବାଳିକାଙ୍କ ମୃତ୍ୟୁ

କାଲିମେଳା,୨୬।୯(ଡି.ଏନ୍‌.ଏ.): ମାଲକାନଗିରି ଜିଲା କାଲିମେଳା ବ୍ଲକ ଗମ୍ଫାକୋଣ୍ଡା ପଞ୍ଚାୟତ ଏମ୍‌ଭି-୧୦୫ ଗ୍ରାମରେ ଗୁରୁବାର ସାପ କାମୁଡାରେ ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଛି। ସେ ହେଲେ ଉକ୍ତ ଗାଁର ଅଭିନୟ ବାଇନଙ୍କ ସାନ ଝିଅ ସୁପ୍ରିୟା (୧୬)। ପ୍ରକାଶ ଯେ, ସୁପ୍ରିୟା ଗୁରୁବାର ସକାଳ ପ୍ରାୟ ୮ଟାରେ ଘରେ ରୋଷେଇ କରୁଥିଲେ। ଏହି ସମୟରେ ଏକ ବିଷଧର ସାପ ତାଙ୍କ ଗୋଡକୁ କାମୁଡିଥିଲା। ସୁପ୍ରିୟା ଏ ନେଇ ଘର ଲୋକଙ୍କୁ ଜଣାଇଥିଲେ। ସେମାନେ ତାଙ୍କୁ ଏକ ଅଟୋ ଯୋଗେ କାଲିମେଳା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମେଡିକାଲ ପକ୍ଷରୁ ଥାନାକୁ ଖବର ଦିଆ ଯାଇଥିଲା। କାଲିମେଳା ଥାନା ଏସ୍‌ଆଇ ଗୋବିନ୍ଦ୍ର ଚନ୍ଦ୍ର ପାତ୍ର ଏବଂ ଅନ୍ୟ ପୋଲିସ କର୍ମଚାରୀ ସେଠାରେ ପହଞ୍ଚତ୍ ମୃତଦେହ ବ୍ୟବଚ୍ଛେଦ କରାଇ ପରିବାରକୁ ହସ୍ତାନ୍ତର କରିଛନ୍ତି।